ସୌମ୍ୟଙ୍କ ନ୍ୟାୟ ଦାବିରେ ଖଇରା ବଜାର ବନ୍ଦ

(ଉଦଳା, ଦୀପକ ମିଶ୍ର ): ଏସିଏଫ ସୌମ୍ୟ ରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁରେ ସମ୍ପୃକ୍ତ ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ପାଇଁ ହେଉଛି ଦାବି । ଆଜି ଖଇରା ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀଙ୍କ ସମେତ ବରିଷ୍ଠ ନାଗରିକ, କୃଷକ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଖଇରା ବଜାରକୁ ୬ ଘଣ୍ଟାପାଇଁ ବନ୍ଦ ଡାକରା ଦେଇଛନ୍ତି । ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ, ଅଫିସ ଇତ୍ୟାଦି ସହିତ ସୋର-କୁପାରୀ ରାଜ୍ୟ ରାଜପଥକୁ ମଧ୍ୟ ପ୍ରତିବାଦ ସମୟରେ ବନ୍ଦ କରାଯାଇଛି । ତେବେ ଦୋଷୀମାନଙ୍କୁ ଯଦି ତୁରନ୍ତ ଗିରଫ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏଥି ମଧ୍ୟରେ ସୌମ୍ୟଙ୍କ ମୃତ୍ୟୁକୁ ୨ ମାସ ବିତିଯାଇଥିଲେ ମଧ୍ୟ ଘଟଣାର ପ୍ରକୃତ ଅଭିଯୁକ୍ତ ଏବେଯାଏ ପୋଲିସର ହାତ ମୁଠାକୁ ଆସିପାରିନାହିଁ । ଏନେଇ ଖଇରା ଅଞ୍ଚଳବାସୀ ପୂର୍ବରୁ ଏକ ବୈଠକରେ ନ୍ୟାୟ ନମିଳିଲେ ଆଜି ଦିନରେ ୬ଘଣ୍ଟିଆ ଖଇରା ବନ୍ଦ ପାଇଁ ଚେତାବନୀ ଦେଇଥିଲେ।