ହିଂଜିଳି/ ରଜନୀକାନ୍ତ ପାତ୍ର : କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟୁଇଟକୁ ନେଇ ମୁହାଁମୁହିଁ। ପ୍ରଥମେ ସୋନୁଙ୍କ ସାହାଯ୍ୟ ଦାବିକୁ ଅଗ୍ରାହ୍ୟ ଏବଂ ପରେ ସୋନୁ ପ୍ରମାଣ ଦେବା ପରେ ଆଭିମୁଖ୍ୟରେ ପରିବର୍ତ୍ତନ କଲେ ଜିଲ୍ଲାପାଳ।
ପ୍ରଦୀପ ବେହେରା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ପାଇଁ ଏକ ବେଡ୍ ବ୍ୟବସ୍ଥା କରିବାକୁ ଏକ ଟୁଇଟ କରିଥିଲେ। ଏଥିପାଇଁ ବହୁ ଚେଷ୍ଟା କରି ବିଫଳ ହେବାପରେ ସାହାଯ୍ୟ କରିବାକୁ ସୋନୁଙ୍କୁ ଟୁଇଟ୍ କରି ଅନୁରୋଧ କରିଥିଲେ ପ୍ରଦୀପ