ୱାର୍ଡ ମେମ୍ବରଙ୍କ ମାସିକ ଭତ୍ତା ବୃଦ୍ଧି ଦାବିରେ ବିକ୍ଷୋଭ

(ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ୱାର୍ଡ ମେମ୍ବରଙ୍କ ମାସିକ ଭତ୍ତା ବୃଦ୍ଧି ଦାବିରେ ବ୍ଲକସ୍ତରିୟ ସଂଘର ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଂଘର ସଭାପତି କୀର୍ତ୍ତନ ମୁଖିଙ୍କ ନେତୄତ୍ତରେ ଉଲୁଣ୍ଡା ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତର ନିବାଚିତ ୱାର୍ଡ ମେମ୍ବର୍ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାରି ଦଫା ସମ୍ବଳିତ ଦାବି ପତ୍ରକୁ ଉଲୁଣ୍ଡା ବିଡ଼ିଓଙ୍କୁ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାମ୍ୟ ବିକାଶକୁ ଗୁରୁତ୍ୱ ଦେଇ ବିଭିନ୍ନ ଉନ୍ନତି କାର୍ଯ୍ୟ କରୁଥିବା ବେଳେ ୱାର୍ଡ ମେମ୍ବର୍ଙ୍କ ସଂପୃକ୍ତି ଏସବୁ ଯୋଜନାକୁ ସଫଳ କରିବାକୁ ପ୍ରୟାସ କରୁଥିବା ବେଳେ ମାସିକ ଭତ୍ତା ୨୫୦ ଟଙ୍କାରେ ସିମିତ ରହିଛି।ଏଣୁ ମାସିକ ଭତ୍ତା ୨୫୦ ଟଙ୍କାରୁ ସାତ ହଜାର ଟଙ୍କା ବୃଦ୍ଧି, ଗାଁ ର ବିକାଶ ପାଇଁ ୱାର୍ଡ ମେମ୍ବରର୍ଙ୍କ ମତାମତ ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତିରେ ଗୁରୁତ୍ୱ ଦେବାକୁ ସଂଘ ଦାବି କରଛି । ସ୍ଥାନୀୟ କଲେଜ ପଡିଆଠାରୁ ବାହାରି ଥିବା ଏହି ବକ୍ଷୋଭ ଶୋଭାଯାତ୍ରାରେ ଉଲୁଣ୍ଡା ପରିକ୍ରମା କରି ବ୍ଳକ କାର୍ଯ୍ୟ।ଳୟରେ ପହଞ୍ଚି ଥିବା ବେଳେ ଦାବି ସପକ୍ଷରେ ବିଭିନ୍ନ ସ୍ଲୋଗାନଦେଇଥିଲେ।