ସୁବର୍ଣ୍ଣଜିଲ୍ଲାରେ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଆନ୍ଦୋଳନ

( ଓମ୍ ପ୍ରକାଶ ମିଶ୍ର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଏହାକୁ ପ୍ରତିବାଦ କରି ସୁବର୍ଣ୍ଣଜିଲ୍ଲା ସୋନପୁର ଟାଉନ ନିକଟରେ ଥିବା ଜୟମାତଦି ପେଟ୍ରୋଲ ପମ୍ପଠାରେ ବିଜେଡିର ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଦୁଇ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଆଗାମୀ ଦିନରେ ଯଦି କେନ୍ଦ୍ରସରକାର ପେଟ୍ରୋଲ ଦରକୁ ନିୟନ୍ତ୍ରଣ ନକରନ୍ତି ତେବେ ରାଜ୍ୟ ସରକାର ରାଜରାସ୍ତାକୁ ଓହ୍ଲାଇବ । ଏଥିରେ ସୋନପୁର ବିଜୁ ଛାତ୍ର ନେତା ସିତୁନ ମିଶ୍ର , ବିରମହାରାଜ ପୁର ବ୍ଲକ ସଭାପତି ସନ୍ତୋଷ ଭୋଇ , ଜିଲ୍ଲା ସଭାପତି ସରୋଜ କମ୍ପ , ସାଧାରଣ ସମ୍ପାଦକ ଅଭିମୁନ୍ୟ କୁଶଳ , ଜିଲ୍ଲା ମହିଳା ସଭାପତି ମାଧବିଲତା କୁଅଁର ପ୍ରମୁଖ ଯୋଗ ଦେଇଥିଲେ ।