( ଜୟନ୍ତ କୁମାର ସେଠୀ): ସୋସିଆଲ ମିଡ଼ିଆରେ ମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳା ସଂପର୍କରେ ଥିବା ଦେଇଥିବା ମନ୍ତବ୍ୟକୁ ନେଇ ସାଧରଣରେ ଏବଂ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ମହାରଥୀଙ୍କ ଏହି ମନ୍ତବ୍ୟରେ ମହିଳାଙ୍କ ସମ୍ମାନ ହାନି ହୋଇଛି ବୋଲି ଚାରିଆଡ଼େ ପ୍ରତିବାଦର ସ୍ୱର ଦେଖାଦେଇଛି । ଏନେଇ ପୁରୀ ଜିଲ୍ଲା ପିପିଲି ଥାନାରେ ବିଜେପି ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଆଜି କଂଗ୍ରେସର ମହିଳା ସଭାନେତ୍ରୀ ଓ ଡ଼େଲାଙ୍ଗ ମହିଳା ନେତ୍ରୀ ନିରୁପମା ପାତ୍ର ନେତୃତ୍ୱରେ ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁଙ୍କୁ ଭେଟି ମହାରଥୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିମନ୍ତେ ଥାନାରେ ଅଭିଯୋଗ କରିଥିଲେ । ଏହାର ଏକ କପି ମୁଖ୍ୟ ନ୍ୟାୟାଧୀଶ ଉଚ୍ଚତମ ନ୍ୟାୟାଳୟକୁ ଦିଆଯିବ ବୋଲି ମହିଳା ନେତ୍ରୀ ନିରୁପମା ପାତ୍ର କହିଛନ୍ତି ।
.