ଗଜପତି ଜିଲ୍ଲାର ସମସ୍ତ ସୀମାକୁ ସିଲ୍ , ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

(ଗଜପତି) :  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ସମସ୍ତ ସୀମାକୁ ପ୍ରଶାସନ ସିଲ୍ କରିଛି। ମୁଖ୍ୟତଃ ମହାରାଷ୍ଟ୍ର , ତାମିଲନାଡୁ , କର୍ଣ୍ଣାଟକ , ଗୁଜରାଟ, ଛତିଶଗଡ଼ ଅଞ୍ଚଳ ରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି । ଏମାନଙ୍କର ଟ୍ରାଭେଲ ହିଷ୍ଟ୍ରୀ ରଖିବା ସହ ଏହି ଅଞ୍ଚଳରୁ ଆସୁଥିବା ଲୋକେ ୭୨ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ୨ ପର୍ଯ୍ୟାୟ ଟିକା ଗ୍ରହଣ କରିଥିବା ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ ନିୟମ ରଖାଯାଇଛି  । ଯେଉଁମାନଙ୍କ ପାଖରେ ଏହି ରିପୋର୍ଟ ନାହିଁ ଜିଲ୍ଲା ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ସେମାନଙ୍କୁ ୭ଦିନିଆ ଆଇସୋଲୋସନରେ ରଖାଯିବ । ମାସ୍କ ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।