ଚଳିତ ବର୍ଷ ବି ଫିକା ପଡିପାରେ ପବିତ୍ର ମହାଶିବରାତ୍ରି
ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ମହାଶିବରାତ୍ରି ଅନୁଷ୍ଠିତ ହେବ ।
(ଭୁବନେଶ୍ୱର) : ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ମହାଶିବରାତ୍ରି ଅନୁଷ୍ଠିତ ହେବ । ଏନେଇ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଜିଲ୍ଲା ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତ ନିଆଯାଇଥିବା ଜଣାପଡ଼ିଛି । ଉକ୍ତ ବୈଠକରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ମହାଶିବରାତ୍ରିରେ ଆବଶ୍ୟକ ରୀତିନୀତି ଦାୟିତ୍ୱରେ ଥିବା ସେବାୟତମାନଙ୍କ ପାଇଁ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ସୂଚନା ଅନୁସାରେ, ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘ମହାଶିବରାତ୍ରି ’ ଅନୁଷ୍ଠିତ ହେଉଥିବାବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ଲିଙ୍ଗରାଜ ମନ୍ଦିରରେ ସୀମିତ ଶ୍ରଦ୍ଧାଳୁରେ ସମସ୍ତ ରୀତିନୀତି ପାଳିତ ହେବ । ଲିଙ୍ଗରାଜ ମନ୍ଦିରରେ ଜାଗର ମହାଦୀପ ମାର୍ଚ୍ଚ ୧ ତାରିଖ ରାତି ୧୦ଟାରେ ଉଠିବ । ବୈଠକ ଅନୁଷ୍ଠିତ ହୋଇଥିଲାବେଳେ