ଜାଣନ୍ତୁ ଶିବଲିଙ୍ଗଙ୍କ ପ୍ରକାର ଭେଦ

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): ଧାର୍ମିକ ମାନ୍ୟତା ଅନୁଯାୟୀ ଦେବତା ଏବଂ ଦୈତ୍ୟମାନଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ଶିବ। ପରମ ବ୍ରହ୍ମ ସ୍ବରୂପ ଭଗବାନ ଶିବଙ୍କର ନିରାକାର ରୂପରେ ଶିବଲିଙ୍ଗର ପୂଜା କରାଯାଇଥାଏ। ଶିବ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ସଂସାରର ସୁଖ ଏବଂ କାମନା ପୂରଣ କରିବା ପାଇଁ ବିଶ୍ବକର୍ମାଙ୍କୁ ଅଲଗା-ଅଲଗା ପ୍ରକାର ଶିବଲିଙ୍ଗ ନିର୍ମାଣ କରି ଦେବତା ମାନଙ୍କୁ ଦେବା ପାଇଁ ଆଦେଶ ଦେଇଥିଲେ। ଯାହା ପରେ ବିଶ୍ବକର୍ମା ଅଲଗା-ଅଲଗା ଧାତୁ ଏବଂ ରତ୍ନରେ ଶିବଲିଙ୍ଗ ତିଆରି କରିଥିଲେ।
ପାରଦ ଶିବଲିଙ୍ଗ
ଏହି ଶିବଲିଙ୍ଗ ଘରେ, ଅଫିସ, ଦୋକାନ ଆଦି ସ୍ଥାନରେ ରଖାଯାଇଥାଏ। ଏହି ଶିବଲିଙ୍ଗ ପୂଜା କରିବା ଦ୍ବାରା ଜୀବନରେ ଶାନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ମିଶ୍ରୀ ଶିବଲିଙ୍ଗ
ଏହି ଶିବଲିଙ୍ଗ ମିଶ୍ରୀ, ଚିନି ଆଦିରେ ତିଆରି ହୋଇଥାଏ। ମାନ୍ୟତା ରହିଛି ଏହି ଶିବଲିଙ୍ଗ ପୂଜା କରିବା ଦ୍ବାରା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।
ଚାଉଳରେ ପ୍ରସ୍ତୁତ ଶିବଲିଙ୍ଗ
ପାରିବାରିକ ସମୃଦ୍ଧି ଏବଂ ଶାନ୍ତି ପାଇଁ ଏହି ଶିବଲିଙ୍ଗ ପୂଜା କରାଯାଇଥାଏ। ଏଥିସହ ଯେଉଁ ଦମ୍ପତିମାନେ ମଧ୍ୟ ସନ୍ତାନ ସୁଖରୁ ବଞ୍ଚିତ ହୋଇଥାନ୍ତି ଏହି ଶିବଲିଙ୍ଗ ପୂଜା କରିବା ଦ୍ବାରା ସନ୍ତାନ ପ୍ରାପ୍ତି ହୋଇଥାଏ।
ଭସ୍ମ ଶିବଲିଙ୍ଗ
ଯଜ୍ଞର ଭସ୍ମରେ ତିଆରି ହୋଇଥିବା ଶିବଲିଙ୍ଗ ପୂଜା କରିବା ଦ୍ବାରା ସିଦ୍ଧି ପ୍ରାପ୍ତ ହୋଇଥାଏ। ପ୍ରାୟତଃ ଅଘୋରୀମାନେ ଏହି ଶିବଲିଙ୍ଗ ପୂଜା କରିଥାନ୍ତି।
ଗୁଡ଼ ଶିବଲିଙ୍ଗ
ଗୁଡ଼ ଏବଂ ଅନ୍ନରେ ତିଆରେ ଶିବଲିଙ୍ଗ ପୂଜା କରିବା ଦ୍ବାରା କୃଷି ଏବଂ ଅନ୍ନ ଉତ୍ପାଦନରେ ବୃଦ୍ଧି ହୋଇଥାଏ।
ଫଳ-ଫୁଲରେ ତିଆରି ଶିବଲିଙ୍ଗ
ଫୁଲରେ ତିଆରି ଶିବଲିଙ୍ଗ ପୂଜା କରିବା ଦ୍ବାରା ଭୂମି ଏବଂ ଭବନ ସହ ଜନିତ ସମସ୍ୟା ଦୂର ହୋଇଥାଏ। ସେହିପରି ଫଳରେ ନିର୍ମିତ ଶିବଲିଙ୍ଗ ପୂଜା କରିବା ଦ୍ବାରା ଘରେ ଅନ୍ନ-ଜଳର ଅଭାବ ରହିନଥାଏ।
ସ୍ବର୍ଣ୍ଣ-ରଜତରେ ନିର୍ମିତ ଶିବଲିଙ୍ଗ
ସୁନା ଏବଂ ଚାନ୍ଦୀରେ ନିର୍ମିତ ଶିବଲିଙ୍ଗଗ ପୂଜା କରିବା ଦ୍ବାରା ଘରେ ସୁଖ-ସମୃଦ୍ଧି ଏବଂ ଧନ-ବୈଭବ ପ୍ରାପ୍ତ ହୋଇଥାଏ।
ମାଟିରେ ତିଆରି ଶିବଲିଙ୍ଗ
ମାଟିରେ ତିଆରି ଳଶିବଲିଙ୍ଗ ପୂଜା କରିବା ଦ୍ବାରା ଅକାଳ ମୃତ୍ୟୁରୁ ରକ୍ଷା ମିଳିଥାଏ।
ଦେବ ଶିବଲିଙ୍ଗ
ଯେଉଁ ଶିବଲିଙ୍ଗକୂ ଦେବତା ବା ଅନ୍ୟ ପ୍ରାଣୀମାନଙ୍କ ଦ୍ବାରା ସ୍ଥାପିତ କରାଯାଇଛି, ତାହାକୁ ଦେବ ଶିବଲିଙ୍ଗ କୁହାଯାଇଥାଏ। ବର୍ତ୍ତମାନ ସମୟରେ ଧରିତ୍ରୀରେ ଏହି ଶିବଲିଙ୍ଗ ବେତାଙ୍କ ପାଇଁ ପୂଜା କରାଯାଉଛି।
ଅସୁର ଶିବଲିଙ୍ଗ
ଅସୁରଙ୍କ ଦ୍ବାରା ଯାହାର ପୂଜା କରାଯାଇଥାଏ, ତାହାକୁ ଅସୁର ଶିବଲିଙ୍ଗ କୁହାଯାଇଥାଏ। ଶାସ୍ତ୍ର ଅନୁଯାୟୀ ରାବଣ ଦ୍ବାରା ସ୍ଥାପିତ କରାଯାଇଥିବା ଶିବଲିଙ୍ଗକୁ ଅସୁର ଶିବଲିଙ୍ଗ କୁହାଯାଇଥାଏ।