ପ୍ରେମ ଓ ବିବାହକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନର ଘଟଣା ଯାହା ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ନିଜ ଦିଅରଙ୍କ ସହ ଫେରାର ହୋଇଯାଇଥିବା ଜଣାପଡିଛି । ହୁଏତ ଏଭଳି କଥା ଅନେକ ଥର ସାମ୍ନାକୁ ଆସିଛି । କିନ୍ତୁ ଏହି କ୍ଷେତ୍ରରେ ଟିକେ ଭିନ୍ନ ରହିଛି । ଯୁବତୀ ଜଣକ ବାଲ୍ୟ ବିବାହ କରିଥିଲେ । ମାତ୍ର ୧୧ ବର୍ଷ ବୟସରେ ତାଙ୍କ ଭିଣୋଇଙ୍କୁ ଯୁବତୀ ଜଣଙ୍କ ବିବାହ କରିଥିଲେ । ବଡ ଭଉଣୀଙ୍କ ଦେହାନ୍ତ ହେବା କାରଣରୁ ବାଲ୍ୟ ବିବାହ କରିଥିଲେ । ଉଭୟଙ୍କ ସମ୍ପର୍କ ବେଶ ହସଖୁସିରେ ମଧ୍ୟ ଚାଲିଥିଲା । କିନ୍ତୁ ଯୁବତୀ ଜଣଙ୍କୁ ଏବେ ୨୩ ବର୍ଷ ହେବା ପରେ ନିଜ ଦିଅରଙ୍କ ସହ ଘରୁ ଫେରାର ହୋଇଥିବା ଜଣାପଡିଛି ।
ବର୍ତ୍ତମାନ ଫେରାର ହେବା ପରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ହତ୍ୟା ଧମକ ମିଳୁଛି । ତେବେ ପୂର୍ବ କଥା ଗୁଡଢିକୁ ସେ କହିଛନ୍ତି କି, ଭଉଣୀଙ୍କ ବିବାହ ପରେ ମୁଁ ବିବାହ କରିଥିଲି ସତ ହେଲେ ଭିଣୋଇ ମାନେ ମୋ ସ୍ୱାମୀ ମତେ ଭଲପାଉନଥିଲେ । ତାଙ୍କର ପିଲା ଛୁଆଙ୍କୁ ମୁଁ ଲାଳନ ପାଳନ କରିଛି । ସେ କିନ୍ତୁ ମଦ ପିଇ ସବୁବେଳେ ମାଡ ମାରନ୍ତି । ଶାଶୁ ଶ୍ୱଶୁର ଘରେ ଥିଲେ ବି ଏହାକୁ ବିରୋଧ କରିନଥିଲେ । ହେଲେ ଦିଅର ସବୁବେଳେ ମତେ ସମର୍ଥନ କରୁଥିଲେ । ଏଣୁ ତାଙ୍କ ପ୍ରତି ଆବେଗ ବଢିଲା । ସବୁ କିଛି ପଛରେ ପକାଇ ବାଧ୍ୟ ହୋଇ ଘରୁ ପଳେଇ ଆସିଛୁ । ହେଲେ ଏଭଳି ଧମକ ପାଇବା ପରେ ଆମକୁ ସୁରକ୍ଷାର ଆବଶ୍ୟକତା ରହିଛି ବୋଲି ମହିଳା ଜଣକ ପୋଲିସ ନିକଟରେ ଜଣାଇଛନ୍ତି ।