ଆଜି ଠାରୁ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟାଳୟ

ଭୁବନେଶ୍ୱର: ଆସନ୍ତା ୨୯ ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟାଳୟ । ଦୁର୍ଗାପୂଜା ପାଇଁ ଆଜି ଠାରୁ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । କିନ୍ତୁ ଛୁଟିରେ ବି ବିଦ୍ୟାଳୟକୁ ଅସିବେ ଶିକ୍ଷକ ଶକ୍ଷୟତ୍ରୀ । ଯେହେତୁ ୪ର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣରେ ସାମିଲ ହୋଇଥିବା ଉଚ୍ଚ ବିଦ୍ୟାଳୟ ଗୁଡିକୁ ପୂଜା ଛୁଟି ସମୟରେ ଜିଲ୍ଲା ତଥା ରାଜ୍ୟା ଅଧିକାରୀମାନେ ପରିଦର୍ଶନରେ ଆସି ବିଦ୍ୟାଳୟଗୁଡିକରେ ରୂପାନ୍ତରଣ କାର୍ଯ୍ୟକିପରି ଚାଲିଛି ତାହାର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ତେଣୁ ପାଳି କରି ଛୁଟି ରେ ବିଦ୍ୟାଳୟକୁ ଆସିବେ ଶିକ୍ଷକ । ଯାହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେଣୁ ଏହି ଅବଧି ମଧ୍ୟରେ ରୋଷ୍ଟର ଡ୍ୟୁଟି ଲାଗୁ କରିବାକୁ ଉକ୍ତ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।