କଳା ମାଧ୍ୟମରେ ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ /ସଞ୍ଜୟ ମହାପାତ୍ର :   ବିଶ୍ୱ କଳା ଦିବସ ଅବସରରେ ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକାକୃତି। କଳା ମାଧ୍ୟମରେ ବିଶ୍ୱ ଶାନ୍ତିର  ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ରଙ୍ଗ, ତୁଳି ଆଉ ଶାନ୍ତିର ବାହକ କପୋତର ନିଖୁଣ କଳାକୃତି ପ୍ରଦର୍ଶିତ କରିବା ସହିତ ବିଶ୍ୱ ଶାନ୍ତି ପାଇଁ ଆହ୍ୱାନ ଦେଇଛନ୍ତି ସୁଦର୍ଶନ।