ତିହାଡ଼ ଜେଲ୍ରେ ଟିଭି ଦେଖି ପାରିବେ ରେସଲର ସୁଶୀଲ କୁମାର
ତିହାଡ଼ ଜେଲ୍ରେ ବନ୍ଦୀ ଥିବା ପହିଲିମାନ (ରେସଲର) ସୁଶୀଲ କୁମାର ଟିଭିରେ ଟୋକିଓ ଅଲିମ୍ପିକ୍ ଦେଖି ପାରିବା ଅନୁମତି ମିଳିଛି । ତିହାଡ଼ ଜେଲ୍ ପ୍ରଶାସନ ସୁଶୀଲ କୁମାରଙ୍କର ୱାର୍ଡର କମନ ଏରିଆରେ ଟିଭି ଲଗେଇବାକୁ ଅନୁମତି ଦେଇଛନ୍ତି । ସୁଶାଲ କୁମାର ଟିଭିରେ ଅଲିମ୍ପିକ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
(ଦିଲ୍ଲୀ) : ତିହାଡ଼ ଜେଲ୍ରେ ବନ୍ଦୀ ଥିବା ପହିଲିମାନ (ରେସଲର) ସୁଶୀଲ କୁମାର ଟିଭିରେ ଟୋକିଓ ଅଲିମ୍ପିକ୍ ଦେଖି ପାରିବା ଅନୁମତି ମିଳିଛି । ତିହାଡ଼ ଜେଲ୍ ପ୍ରଶାସନ ସୁଶୀଲ କୁମାରଙ୍କର ୱାର୍ଡର କମନ ଏରିଆରେ ଟିଭି ଲଗେଇବାକୁ ଅନୁମତି ଦେଇଛନ୍ତି । ସୁଶାଲ କୁମାର ଟିଭିରେ ଅଲିମ୍ପିକ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ସୂଚନାନୁଯାୟୀ , ରେସଲର ସୁଶୀଲ କୁମାରଙ୍କୁ ତିହାଡ଼ ଜେଲ୍ରେ ତାଙ୍କର ୱାର୍ଡର କମନ୍ ଏରିଆରେ ଅନ୍ୟ କଏଦୀଙ୍କ ସହ ଟିଭି ଦେଖିବାକୁ ଅନୁମତି ଦିଆଯାଇଛି । ସୁଶୀଲ କୁମାର, ସାଗର ଧନଖଡ଼ଙ୍କର ଅପହରଣ ଓ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ସୁଶୀଲ କୁମାର ତିହାଡ଼ ଜେଲ୍ ପ୍ରଶାସନକୁ ଏହି ମାସର ଆରମ୍ଭରେ ପତ୍ର ଲେଖିଥିଲେ, ଯେଉଁଥିରେ ସେ ଟିଭି ନେଇ ଦାବି କରିଥିଲେ । ସୁଶୀଲ ଲେଖି ଥିଲେ କି ଜେଲ୍ରେ ମନ ଲାଗୁନାହିଁ। ଯଦି ଟିଭି ମିଳେ ତ ମନ ଲାଗିବ ଏବଂ ଦେଶ ଦୁନିଆରେ ହେଉଥିବା କୁସ୍ତି ଅପଡେଟ୍ ବି ମିଳିଯିବ ।