ହିଞ୍ଜିଳିକାଟୁ ରେ ମାତିଛନ୍ତି ଲୁଟେରା ଗତ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ସମ୍ମୁଖରେ ଥିବା ଅନ୍ତର୍ଯ୍ୟାମୀ ପାତ୍ର ଙ୍କ ଘରୁ ଲୁଟିଲେ ଲୁଟେରା। ଦୃର୍ବୁତ୍ତ ମାନେ ଘର ବାରିପଟ ଲୁହା ଜାଲି ଭାଙ୍ଗି ଘରେ ପଶିବା ସହିତ ଘର ଆଲମାରୀ ରୁ ସୁନା ଚୁଟି ଏକ ହଳ, ସୁନା କାନ ଫୁଲ, ବେକ ହାର, ଚନ୍ଦ୍ର ହାର, ସୁନାଚେନ୍, ସୁନା ଲକେଟ୍, ରୂପା ପାଉଁଚି 5ହଳ , ରୂପା ମୁଦି, 3ଟି ମୋବାଇଲ ଫୋନ, ସୋନି କ୍ୟାମେରା ଚୋରି ହୋଇଥିବା ହିଞ୍ଜିଳି ଥାନା ରେ ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୋଲିସ୍ ସାଇନ୍ଫିଟିକ ଟିମ୍ ପହଞ୍ଚି ନଥିବା ବେଳେ ହିଞ୍ଜିଳି ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ ଦେଈ ଥାନା ସମ୍ମୁଖ ରୁ ଦୃର୍ବୁତ୍ତ ମାନେ ଲୁଟ କରି ଫେରାର ହୋଇଥିବା ବେଳେ ପୋଲିସ୍ କୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଦୃର୍ବୁତ୍ତ ।