ମର୍ମନ୍ତୁଦ ସଡକ ଦୁର୍ଘଟଣା

(ଜିତେନ୍ଦ୍ର କୁମାର ନାୟକ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ସୁରଖାଦେଇପୁର ଛକଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସନ୍ଦିକେନ୍ଦୁ ଗ୍ରାମର ନଣ୍ଡା ବିଷୋୟୀ ଏବଂ ୩ ଜଣ ଗୁରୁତର ଆହତ ଥିଲେ । ଗୁରୁତରଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ବଡଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।