ରିଲିଜ ହେଲା ରିଷି କପୁରଙ୍କ ଲାଷ୍ଟ ଫିଲ୍ମର ଫାଷ୍ଟ ଝଲ୍କ
ପୁଣି ପରଦାରେ ଦେଖିବାକୁ ମିଳିବ ବଲିଉଡର ପ୍ରସିଦ୍ଧ ଅଭିନେତା ରିଷି କପୁରଙ୍କୁ। ସାମ୍ନାକୁ ଆସିଛି ତାଙ୍କ ଲାଷ୍ଟ ଫିଲ୍ମର ଫାଷ୍ଟ ଝଲ୍କ।
(ମୁମ୍ବାଇ) : ପୁଣି ପରଦାରେ ଦେଖିବାକୁ ମିଳିବ ବଲିଉଡର ପ୍ରସିଦ୍ଧ ଅଭିନେତା ରିଷି କପୁରଙ୍କୁ। ସାମ୍ନାକୁ ଆସିଛି ତାଙ୍କ ଲାଷ୍ଟ ଫିଲ୍ମର ଫାଷ୍ଟ ଝଲ୍କ। ରିଲିଜ ହୋଇଛି ‘ଶର୍ମାଜୀ ନମ୍କିନ୍’ର ପ୍ରଥମ ପୋଷ୍ଟର। ରିଷି କପୁରଙ୍କ ୬୯ତମ ଜନ୍ମ ଦିନ ଅବସରରେ ନିର୍ମାତା ତାଙ୍କ ଫ୍ୟାନ୍ସମାନଙ୍କୁ ଏହି ସ୍ୱତନ୍ତ୍ର ଭେଟି ଦେଇଛନ୍ତି। ମେକର୍ସମାନେ ଏହି ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ୍ କରିଛନ୍ତି।
ସୂଚନାନୁଯାୟୀ , ଏହି ପୋଷ୍ଟର ଶେୟାର କରି ଫିଲ୍ମର ମେକର୍ସ ମାନେ ଲେଖିଛନ୍ତି, ‘ଆମେ ଏକ ସ୍ୱତନ୍ତ୍ର ଧରଣର ଫିଲ୍ମ ପୋଷ୍ଟର ରିଲିଜ୍ କରିଛୁ। ଏହା ସହ ନିଜକୁ ଗର୍ବ ଅନୁଭବ ମଧ୍ୟ କରୁଛୁ। ଏହି ଫିଲ୍ମରେ ପ୍ରସିଦ୍ଧ ଅଭିନେତା ରିଷି କପୁର ଅଛନ୍ତି, ଯାହାଙ୍କର ଅଭିନୟ ଜଗତରେ ସଫଳତାର କାମକୁ ସଦାସର୍ବଦା ସମ୍ମାନୀତ କରି ରଖାଯାଇଛି। ଏହା ତାଙ୍କ ସ୍ନେହ, ସମ୍ମାନ ଓ ସ୍ମୃତିର ପ୍ରତୀକ। ତାଙ୍କର ଲକ୍ଷାଧିକ ଫ୍ୟାନ୍ସଙ୍କୁ ମଧ୍ୟ ଉପହାର ଭାବେ ଶେଷ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇଛି। ଏହି ପୋଷ୍ଟରକୁ ନେଇ ଅଭିନେତା ପରେଶ ରାୱଲ୍ ମଧ୍ୟ ଟୁଇଟ୍ କରିଛନ୍ତି। ସେ କହିଛନ୍ତି, ‘ବହୁତ ବହୁତ ଧନ୍ୟବାଦ ଯିଏ ରିଷି କପୁରଙ୍କ ଦ୍ୱାରା କରାଯାଇଥିବା ଚରିତ୍ରକୁ ଦେଖାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଏବଂ ଫିଲ୍ମକୁ ପୂରା କରିଛନ୍ତି।