ଲିଜେଲ୍ ଡିସୁଜାଙ୍କର ଟ୍ରାନ୍ସଫର୍ମେସନ ଫଟୋ ଭାଇରଲ
କୋରିଓଗ୍ରାଫର-ଡାଇରେକ୍ଟର ରେମୋ ଡିସୁଜା ନିଜର ପତ୍ନୀ ଲିଜେଲ୍ ଡିସୁଜାଙ୍କର ଟ୍ରାନ୍ସଫର୍ମେସନ ଫଟୋ ଶେୟାର କରିଛନ୍ତି ।
(ମୁମ୍ବାଇ) : କୋରିଓଗ୍ରାଫର-ଡାଇରେକ୍ଟର ରେମୋ ଡିସୁଜା ନିଜର ପତ୍ନୀ ଲିଜେଲ୍ ଡିସୁଜାଙ୍କର ଟ୍ରାନ୍ସଫର୍ମେସନ ଫଟୋ ଶେୟାର କରିଛନ୍ତି । ରେମୋଙ୍କ ଦ୍ୱାରା ଶେୟାର କରାଯାଇ ଥିବା ଫଟୋରେ ସେ ନିଜର ପତ୍ନୀଙ୍କ ପୁରୁଣା ଓ ବର୍ତ୍ତମାନର ଲୁକ୍ସ ଦେଖାଇଛନ୍ତି , ଯାହାକୁ ଖୁବ୍ ଆଶ୍ଚର୍ଯ୍ୟକର ଲାଗିବ । ରେମୋ ପତ୍ନୀଙ୍କ ୱେଟ୍ ଲସ୍ର ଏହି ଯାତ୍ରାକୁ ଖୁବ୍ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି – ଏ
ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ , ହେଲେ ସବୁଠୁ ବେଶୀ ଯୁଦ୍ଧ ନିଜ ସହ ହୋଇଥାଏ ଏବଂ ମୁଁ @lizellerempodsouzaକୁ ଏହି ଯୁଦ୍ଧ ଲଢ଼ିବା ଓ ଅସମ୍ଭବ ଜିନିଷକୁ ସମ୍ଭବ କରିବା ଦେଖିଛି ।
ସୂଚନାନୁଯାୟୀ , ମୁଁ ସବୁବେଳେ କହୁଥିଲି କି ଏହା ତୁମର ମସ୍ତିଷ୍କରେ ରହିଛି। ତୁମକୁ ନିଜକୁ ମଜବୁତ ହେବାକୁ ପଡ଼ିବ ଏବଂ Liz ତୁମେ ଏହା କରି ଦେଖାଇଛି । ତୁମକୁ ନେଇ ଗର୍ବ ଅନୁଭବ କରେ । ତୁମେ ମୋ ଠାରୁ ବି ଅଧିକ ଷ୍ଟ୍ରଙ୍ଗ୍ , ତୁମ ଠାରୁ ମୋତେ ପ୍ରେରଣା ମିଳିଥାଏ , ଲଭ ୟୁ । ଉଭୟ ଫଟୋରେ ଲିଜେଲ୍ (Lizelle) ପୂରା ଅଲଗା ନିଜର ଆସୁଛନ୍ତି । ଯେଉଁଠି ଗୋଟେ ପଟେ ସେ ଟ୍ରାଡିସନାଲ ୱିୟରରେ ସେ ଖୁବ୍ ହେଲଦୀ ନଜର ଆସୁଛନ୍ତି , ଅନ୍ୟପଟେ ତାଙ୍କର ପ୍ରେଜେଣ୍ଟ ଫଟୋରେ ସେ ୱେଷ୍ଟର୍ଣ୍ଣ ଆଉଟ୍ଫିଟ୍କୁ ଫ୍ଲାଣ୍ଚ କରିବା ନଜର ଆସୁଛି । ତାଙ୍କର ଏହି ଜବରଦସ୍ତ ପରିବର୍ତ୍ତନ ଖୁବ୍ ପ୍ରଶଂସା ସାଉଁଟୁଛି ।