ଦୀର୍ଘ ଦିନ ପରେ ପରଦାକୁ ଫେରିଲେ ମନ୍ଦାକିନୀ , ପୋଷ୍ଟର ରିଲିଜ୍
ଆଜି ବି ସମସ୍ତଙ୍କର ମନରେ ରଜ କରୁଛି ରାଜ କପୁରଙ୍କ ଫିଲ୍ମ “ରାମ ତେରି ଗଙ୍ଗା ମିଲି”।
(ମୁମ୍ବାଇ) : ଆଜି ବି ସମସ୍ତଙ୍କର ମନରେ ରଜ କରୁଛି ରାଜ କପୁରଙ୍କ ଫିଲ୍ମ “ରାମ ତେରି ଗଙ୍ଗା ମିଲି”। ଆଉ ଫ୍ୟାନ୍ସଙ୍କ ହୃଦୟରେ ଏବେବି ରାଜ୍ କରୁଥିବ ଝରଣା କୂଳରେ ଧଳା ରଙ୍ଗରେ ଶାଢୀରେ ଭିଜୁଥିବା ମନ୍ଦାକିନୀଙ୍କ ଚେହେରା। ତେବେ ଦୀର୍ଘ ଦିନ ପରେ ପୁଣି ପରଦାରେ ଦେଖିବାକୁ ମିଳିବମନ୍ଦାକିନୀଙ୍କୁ । ଯଦି ଆପଣ ମନ୍ଦାକିନୀଙ୍କୁ ସ୍କ୍ରିନ୍ରେ ମିସ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ସ୍କ୍ରିନ୍କୁ କମ୍ବ୍ୟାକ୍ କରୁଛନ୍ତି ମନ୍ଦାକିନୀ। ପୁଣି ଥରେ ତାଙ୍କର କାତିଲ ନଜରରେ ଫ୍ୟାନ୍ସଙ୍କୁ ପାଗଳ କରିବେ ଅଭିନେତ୍ରୀ।
ସୂଚନାନୁଯାୟୀ, ଏକ ମ୍ୟୁଜିକ ଭିଡିଓ ମା ଓ ମାରେ ମନ୍ଦାକିନୀ କମ୍ବ୍ୟାକ୍ କରୁଛନ୍ତି। ଏହି ଗୀତର ପ୍ରଥମ ପୋଷ୍ଟର ଆଜି ରିଲିଜ୍ ହୋଇଛି। ଏହି ପୋଷ୍ଟର ରିଲିଜ୍ ହେବା ପରେ ମନ୍ଦାକିନୀଙ୍କ ଫ୍ୟାନ୍ସ ଖୁବ୍ ଉତ୍ସୁକ ଅଛନ୍ତି। ଅଭିନେତ୍ରୀ ତାଙ୍କର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟର ସେୟାର କରିଛନ୍ତି। ୯୯୬ରେ ଶେଷ ଥର ପାଇଁ ମନ୍ଦାକିନୀକୁ ସ୍କ୍ରିନ୍ରେ ଦେଖିବାକୁ ମିଳିଥିଲା। ପ୍ରାୟ ୨ ଦଶକ ପରେ ଏବେ ପୁଣି ଥରେ ସେ ସ୍କ୍ରିନ୍ରେ ଧମାକାଦାର୍ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ହେଲେ ଏଥର ସେ ତାଙ୍କ ପୁଅ ରବିଲ ଠାକୁରଙ୍କ ସହ ମନୋରଞ୍ଜନ ଦୁନିଆରେ ପାଦ ରଖିବେ।