ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା ହେଉଛି । ଇତିମଧ୍ୟରେ ୫ ଦିନରେ ରାହୁଲଙ୍କୁ ୫୦ ଘଣ୍ଟା ଜେରା ହୋଇସାରିଲାଣି । ତଥାପି ରାହୁଲଙ୍କ ବିରୋଧରେ ଇଡିକୁ ଠୋସ ପ୍ରମାଣ ମିଳୁନାହିଁ । ଦୀର୍ଘ ୫୦ ଘଣ୍ଟା ଗୋଟିଏ ଚୌକିରେ ବସି ଇଡି ଅଧିକାରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି । ତେବେ ରାହୁଲ ଗାନ୍ଧୀଙ୍କ ଧେର୍ଯ୍ୟକୁ ଦେଖି ଜଣେ ଇଡି ଅଧିକାରୀ ପ୍ରଶଂସା କରିଥିବା ଜଣାପଡିଛି । ରାହୁଲଙ୍କ କହିବାନୁସାରେ, ସାମାନ୍ୟ ଅନ୍ଧକାର ଏବଂ ଛୋଟିଆ ରୂମରେ ମୋତେ ଇଡି ଅଧିକାରୀ ମାନେ ପ୍ରଶ୍ନ ପଚାରୁଛନ୍ତି । କୌଣସି ନିର୍ଦ୍ଦେଶ ପାଇବା ପାଇଁ ସେମାନେ ବାହାରକୁ ଯାଉଥିଲେ ମଧ୍ୟ ମୁଁ ସେହି ଚୌକିରେ ବସିଥାଏ ବୋଲି କହିଛନ୍ତି । ତେବେ ଇଡି ପକ୍ଷରୁ ହେଉଥିବା ଜେରା କେବେ ଶେଷ ହେବ, ସେନେଇ କୌଣସି ତଥ୍ୟ ମିଳିନାହିଁ ।