ସରକାର ପରିବର୍ତନ ହୋଇଯାଇଛି କିନ୍ତୁ ସ୍ଵାସ୍ତ୍ୟ ବିଭାଗ ହେଉ କି ପୋଲିସ ବିଭାଗ ହେଉ ବଦଳୁ ନାଇଁ ବ୍ୟବସ୍ତା। ଗୋଟିଏ ପରେ ଗୋଟିଏ ଅଭାବନିୟ ଘଟଣା ଦୈନିକ ଦେଖିବାକୁ ମିଳୁଥିବା ବେଳେ ସୋମବାର ଦିନ ବୌଦ୍ଧ ବ୍ଲକ ମନମୁଣ୍ଡା ଥାନା କରମା ପଦର ଗ୍ରାମରେ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶବ ପରିବହନ ପାଇଁ ମହା ପ୍ରୟାଣ ଗାଡି ବିଳମ୍ବରେ ପହଞ୍ଚିବାକୁ ଘଟଣାକୁ ନେଇ ବାଉଁଶୁଣୀ ଡାକ୍ତରଖାନାରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । କାନ୍ଧରେ ମୃତଦେହକୁ ବୋହି ସମ୍ପର୍କୀୟ ମାନେ ରାସ୍ତାରେ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କରମା ପଦର ଗ୍ରାମର 50 ବର୍ଷିୟ ଠାକୁର ମେହେର ଗ୍ରାମ ପୋଖରୀରେ ବୁଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଠାକୁରଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଘର ମନମୁଣ୍ଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ମନମୁଣ୍ଡା ପୋଲିସ ମୃତ୍ୟୁର 5 ଘଣ୍ଟା ପରେ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ନଥିଲା କି ଶବ ବାହକ ଗାଡି ଆସି ନଥିଲା ଫଳରେ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ମୃତଦେହକୁ କାନ୍ଧରେ ବୋହି ରାସ୍ତାରେ ଚାଲି ଚାଲି ସମ୍ପର୍କୀୟ ମାନେ ଘରକୁ ନେଇ ଯାଉଥିବା ଦୃଶ୍ୟ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଥିବା ବେଳେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅବହେଳା କାର୍ଯ୍ୟ କୁ ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।