ଶନିବାର ଖୋଲିବ ଶ୍ରୀମନ୍ଦିର

ପୁରୀ(ଜୟନ୍ତ କୁମାର ସେଠୀ): କୋହଳ ହେଲା ଶ୍ରୀମନ୍ଦିରର ଦର୍ଶନ ବ୍ୟବସ୍ଥା । ଏଣିକି କେବଳ ରବିବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଚାଲୁ ରହିବ । ବିଶୋଧନ ପାଇଁ ରବିବାର ମନ୍ଦିର ବନ୍ଦ ରହିଥିବା ବେଳେ ବ୍ୟବସାୟୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ସେପ୍ଟେମ୍ବର ମଙ୍କସର ନୂଆ ଗାଇଡଲାଇନ ଅନୁସାରେ ସଟଡାଉନ ହଟି ଯିବାରୁ ଶନିବାର ଦିନ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୭ ରୁ ରାତି ୯ ଟା ପର୍ୟ୍ୟନ୍ତ ଭକ୍ତମାନେ ଶ୍ରମନ୍ଦିରରେ ଦର୍ଶନ କରିପାରିବେ । ପୂଜାପର୍ବାଣୀ ପ୍ରଭୃତି ଦିନରେ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭରଚୁଆଲ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର , ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ , ଛତିସା ନିଯୋଗ ସଦସ୍ୟ, ପୁରୀ ଜିଲ୍ଲାପାଳ, ଏବଂ ଏସପି ଏହି ବେଢଠକରେ ଯୋଗ ।ଦଇ ଥିଲେ । ଶନିବାର ମନ୍ଦିର ଖୋଲିଲେ ବ୍ୟବସାୟୀଭ୍କୁ ମଧ୍ୟ ଅନେକ ସୁବିଧା ହେବ ବୋଲି କହିଛନ୍ତି ବ୍ୟବସାୟୀ ।

ପୂର୍ବ sop ଅନୁଯାୟୀ ଭକ୍ତମାନେ କୋଭିଡ ଡବଲ ଡୋଜ ଟୀକା ଅଥବା ୯୬ ଘଂଟାର ଆରଟିପିସିଆର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ମନ୍ଦିରକୁ ପ୍ରବେଶ କରି ପାରିବେ । ତେବେ ଏହି ନିଷ୍ପତିକୁ ଭକ୍ତ , ସେବାୟତ ଓ ବ୍ୟବସାୟୀ ସ୍ୱାଗତ କରିଥିବା ବେଳେ ରବିବାର ମଧ୍ୟ ମନ୍ଦିର ଖୋଲିବାକୁ ଭକ୍ତ ମତ ଦେଇଛନ୍ତି । ଶନିବାର ଓ ରବିବାର ଛୁଟି ଦିନରେ ଅନେକ ବ୍ୟକ୍ତି ଚାହିଁଲେ ବି ଶ୍ରୀମନ୍ଦିର ଆସି ମହାପ୍ରଭୁ ଙ୍କୁ ଦର୍ଶନ କରି ପାରୁନାହାନ୍ତି । ଏଣୁ ରବିବାର ମଧ୍ୟ କୋଭିଡ କଟକଣା sop ଅନୁଯାୟୀ ଦର୍ଶନ ଚାଲୁ ରଖିବାକୁ ଅନେକ ଭକ୍ତ ମତ ଦେଇଥିବା ବେଳେ ବ୍ୟବସାୟୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଆନନ୍ଦ ବଜାରରେ ପ୍ରସାଦ ସେବନ ଆଗାମୀ ବୈଠକରେ ନିଷ୍ପତ୍ତି ହେବ । ପୁରୀ ବାସିନ୍ଦା ମାନେ ଉତ୍ତର ଦ୍ୱାର ଦେଇ ମହା ପ୍ରସାଦ ଆଣିବାକୁ ଶ୍ରୀମନ୍ଦିର କୁ ପ୍ରବେଶ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।