ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ , ସାମିଲ ହେବେ ୧୦୦ଜଣ ମାଲିକ

ଭୁବନେଶ୍ୱର : ୨୨ତାରିଖ ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ଆଜି ବୈଠକରେ ବସିବା ପରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ମୋଟ ୧୦୦ ଜଣ ବସ ମାଲିକ ଏହି ପ୍ରତିବାଦରେ ସାମିଲ ହେବ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ବିବାଦ ଚାଲିଛି । ବ୍ଲକରୁ ଜିଲ୍ଲାକୁ ବସ୍ ନଗଡୁ ବୋଲି ଘରୋଇ ବସ ମାଲିକ ଦାବି କରିଛନ୍ତି । ଏପରି ହେଲେ ଘରୋଇ ବସ ମାଲିକ ସଂଘ ଘାଟାରେ ପଡିବ ବୋଲି ଦାବି କରିଛନ୍ତି ।