ବିନିକା ପାପକ୍ଷୟ ଲୋକ ମହୋତ୍ସବକୁ ଆଡମ୍ବରରେ ପାଳନ କରିବା ନେଇ ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର (ଓମ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଠାରେ ପ୍ରତ୍ୟେକ ବର୍ଷ ଭଳି  ଅଞ୍ଚଳର କଳା ସଂସ୍କୃତି କୁ ବଞ୍ଚାଇବା ଉର୍ଦ୍ଧେଶ୍ୟ ନେଇ ଚାରୀ ବର୍ଷ ଧରି ଚାଲି ଆସୁଥିବା ବିନିକା ପାପକ୍ଷୟ ଲୋକ ମହୋତ୍ସବ କୁ ଚଳିତ ବର୍ଷ ବେଶ ଆଡମ୍ବରପୂର୍ଣ୍ଣ ଓ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ କରିବା ନେଇ ଅଞ୍ଚଳ ବାସି ଙ୍କ ତରଫରୁ ଉଦ୍ୟମ ଆରମ୍ଭ ହୋଇଯାଇଛି | ଏଥିପାଇଁ ଆଜି ବିନିକା ସହର ସ୍ପୋର୍ଟସ କ୍ଲବ ଠାରେ ପାପକ୍ଷୟ ଲୋକ ମହୋତ୍ସବ କମିଟିର ସଭାପତି ଏକ ସାମ୍ୱାଦିକ ସମ୍ମିଳନୀ କରି କରି ସୂଚନା ଦେଇଛନ୍ତି l ଏଥର ୫ ତମ ବର୍ଷରେ ପଦାର୍ପଣ କରିଥିବା ପାପକ୍ଷୟ ଲୋକ ମହୋତ୍ସବ ଆସନ୍ତା ଫେବୃୟାରୀ 11 ତାରିଖ ରୁ 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ମହୋତ୍ସବ କୁ ସଫଳ କରିବା ନେଇ ସମସ୍ତ ଙ୍କ ପ୍ରସ୍ତାବ କ୍ରମେ ନୂତନ କମିଟି ଗଠିତ ହେବା ସହିତ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଥିବା ଆଜି ସନ୍ଧ୍ୟାରେ ସ୍ଥାନୀୟ ସ୍ପୋର୍ଟ୍ସକ୍ଲବ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ନୂତନ ସଭାପତି ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସେନା ସୁଚନା ଦେଇଛନ୍ତି |  ମହୋତ୍ସବ ସଫଳତା ନେଇ ଅଞ୍ଚଳ ବାସୀଙ୍କ ଠାରେ ଆଗ୍ରହ ସୃଷ୍ଟି କରିଛି | ଏବଂ ଏଥିରେ ସମସ୍ତ ଙ୍କ ସହଯୋଗ ରହିଛି ବୋଲି ସେ କହିଛନ୍ତି |