(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ମହାମାରୀ କରୋନା ଯୋଗୁ ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆମାନଙ୍କୁ ଘରକୁ ଫେରାଇ ଆଣିବା ପରେ ସେମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ପୁଣି ସେମାନଙ୍କ କ୍ୱାରେଣ୍ଟାଇନ ଅବଧି ପୂରଣ ହେବା ପରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବାକୁ ଘୋଷଣା ମଧ୍ୟ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ଏଭଳି ଘୋଷଣା ସତ୍ତେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ବୁରୁପଡା ପଞ୍ଚାୟତର କିଛି ପ୍ରବାସୀଙ୍କୁ ଏଯାଏ ଏହି ସହାୟତା ରାଶି ମିଳିନଥିବା ଜଣାପଡିଛି । ତେଣୁ ଏଭଳି ଅନିମିତତାକୁ ନେଇ ଗ୍ରାମପଞ୍ଚାୟତର ପ୍ରବାସୀ ଶ୍ରମିକମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି ଅଭିଯୋଗ ବଖାଣିଛନ୍ତି ।