ସୁଜାତା କାର୍ତ୍ତିକେୟନଙ୍କ କାର୍ଯ୍ୟକାଳର ଗୁମର ଖୋଲିଲେ ପ୍ରତାପ ଦେବ

ଭୁବନେଶ୍ଵର: ସୁଜାତା କାର୍ତ୍ତିକେୟନଙ୍କ କାର୍ଯ୍ୟକାଳର ଗୁମର ଖୋଲିଲେ ପ୍ରତାପ ଦେବ । ସୁଜାତାଙ୍କ ବିଭାଗ ଫେଲ୍ ମାରୁଥିବା ପରୋକ୍ଷରେ କହିଲେ ପ୍ରତାପ । ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ବିଳମ୍ବକୁ ନେଇ ପରୋକ୍ଷରେ ମୁଖା ଖୋଲିଦେଲେ । ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ବିଳମ୍ବ ହେବା ଚିନ୍ତାର ବିଷୟ ବୋଲିମ କହିଲେ ପ୍ରତାପ ।

ପ୍ରତାପ ଦେବ୍ ଆହୁରି କହିଛନ୍ତି, ବିଧାୟକ, ସାଂସଦ ଓ ପଞ୍ଚାୟତ ପାଣ୍ଠିରୁ ନିର୍ମାଣ ପାଇଁ ଦେଲେ ପରାମର୍ଶ । ନହେଲେ ବିଗତ ସରକାର ପରି ଆପଣ ମଧ୍ୟ ଫେଲ୍ ମାରିବେ । ଅତୀତ ସରକାରରେ ଫେଲ୍‌ ମାରିବା ଆମେ ଦେଖିଛୁ ବୋଲି କହିଛନ୍ତି ପ୍ରତାପ ଦେବ ।