ବାହାନଗା ରେଳ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ଦେଲେ ପ୍ରଶାନ୍ତ ମୁଦୁଲି; ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲାରେ ନବୀନ ଏକ ନମ୍ବର
ଭୁବନେଶ୍ୱର: ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା କରିବାରେ ନବୀନ ଏକ ନମ୍ବର। ଏକଥା ଅନେକ ଥର ପ୍ରମାଣିତ ହୋଇସାରିଛି । ରେଳ ଦୁର୍ଘଟଣାରେ ନବୀନଙ୍କ ପରି ଜଣେ ସମ୍ବେଦନଶୀଳ ମଣିଷ ଏହାକୁ ଗୁରୁତର ସହ ନେଇଛନ୍ତି। ଏମିତି କି ମୁଖ୍ୟମନ୍ତ୍ରୀ ରାତି ସାରା ଫୋନରେ ଅପରେଟ କରିଛନ୍ତି। ସକାଳ ୭ ପୂର୍ବରୁ ବାହାନଗାରେ ପହଂଚିଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ କାମକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସବୁବେଳେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ଆମର ବ୍ୟବସ୍ଥା ସକ୍ରିୟତାର ସହ କାମ କରେ। ଏହା ଏକ ସ୍ପର୍ଶ କାତର ଘଟଣା। ଏଭିଳି ଘଟଣା ବହୁତ କମ ଘଟେ। ଏଥରେ ଅନେକ ଲୋକ ଭଲ କାମ କରିଛନ୍ତି। ଦଳଗତ ନିର୍ବିଶେଷରେ ସମସ୍ତେ ସମ ବେଦନା ଜଣାଉଚ୍ଚନ୍ତି। ପ୍ରଧାନମନ୍ତ୍ରୀ ନିଜ କାର୍ୟ୍ୟକ୍ରମ ବାତିଲ କରି ଆସିଛନ୍ତି। ଘଟଣା ଯେତେବେଳେ ଘଟି ସାରିଛି। ତଦନ୍ତ ହେବା ସ୍ବାଭାବିକ। ଭୁଲ ସାମ୍ନାକୁ ଆସିବା ଦରକାର। ଏ ଭଳି ଘଟଣାରେ ରାଜନୈତିକ ବୟାନ ବାଜି ହେବା ସ୍ବାଭାବିକ। ବିଜେଡିର ଆହ୍ୱାନ ମାନବ ସେବା ପାଇଁ ସେ ସବୁରୁ ଉର୍ଦ୍ଧ୍ବରେ ଉଠିବା ଦରକାର।