(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଭାରତ ସରକାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଉପରେ ୨ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ବ୍ୟାଙ୍କ ଉପରେ ମେସେଜକୁ ନେଇ ଥିବା କିଛି ନିୟମାବଳୀକୁ ଉଲଂଘନ କରାଯାଇଥିବା ଅଭିଯୋଗ ହୋଇଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ ୨କୋଟି ଟଙ୍କାର ଜରିମାନା ଲଗାଇଛି । ଏନେଇ ଆରବିଆଇ୨୫ ମାର୍ଚ୍ଚରେ ପତ୍ର ମାଧ୍ୟମରେ ସୂଚନା ଦେଇଥିଲା । ଏହା ପୂର୍ବରୁ ଆରବିଆଇ ୩୬ଟି ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ଉପରେ ୭୧ କୋଟି ଟଙ୍କା ଜରିମାନା ଲଗାଇଥିଲା । ଯେଉଁଥିରେ ପିଏନବି ସାମିଲ ନଥିଲା ।