ଝାରସୁଗୁୁଡାରେ ଓଡିଶା ସରକାରଙ୍କ ଉପରେ ବର୍ଷିଲେ ମୋଦୀ

(ରିପୋର୍ଟସଟୁଡେ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଲଚେର ସାର କାରଖାନର ଭିତି ପ୍ରସ୍ତର ସ୍ଥାପନା କରିବା ପରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା ମୋଦୀ ଅନୁଗୁଳର ଅଧୀଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କୁ ସ୍ମରଣ କରିଥିଲେ । ଏହା ପରେ ସଭାରେ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହ ରାଜ୍ୟ ସରକାର କେତେକ ଯୋଜନାରେ ସହଯୋଗ କରୁ ନଥିବା କହିଛନ୍ତି । ମୋଦୀ ରାଜ୍ୟ ସରକାରଙ୍କୁ ମୃଦୁ ସମାଲୋଚନା କରି କହିଛନ୍ତି କି, ଓଡିଶା ସରକାର ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରାଉନାହାନ୍ତି । ଏହି ଯୋଜନାରେ ୧୦ କୋଟି ପରିବାର ଉପକୃତ ହେବେ । ଯେଉଁମାନେ ବାର୍ଷିକ ୫ ଲକ୍ଷ୍ୟର ସ୍ୱାସ୍ଥ୍ୟ ବୀମା ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ଏହାକୁ ରାଜ୍ୟରେ ଲାଗୁ କରିବା ପାଇଁ ସେ ଅପିଲ କରିଛନ୍ତି । ଏହା ସହ କେନ୍ଦ୍ର ସରକାର ଟଙ୍କିକିଆ ଚାଉଳ ପିଛା ୨୫ରୁ ୩୦ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ନିଜର ମିଛ ପ୍ରଂଶସା ନେଉଛନ୍ତି । ପୂର୍ବରୁ କେନ୍ଦ୍ରରୁ ରାଜ୍ୟକୁ ଏକ ଟଙ୍କା ଆସୁଥିବା ବେଳେ ୧୫ ପଇସା ପହଁଚୁଥିଲା । କିନ୍ତୁ ବର୍ତମାନ ପରିସ୍ଥିତି ବଦଳିଛି । ଏବେ ଶତ ପ୍ରତିଶତ ଅର୍ଥ ଜନତାଙ୍କ ନିକଟରେ ପହଁଚୁଛି । ତାଳଚେର ସାର କାରଖାନ ପୂର୍ବ ସରକାରଙ୍କ ବିଫଳତାର ପ୍ରତୀକ ଥିଲା । କିନ୍ତୁ ବର୍ତମାନ ଏହା ଏନଡିଏ ସରକାରଙ୍କ ସଫଳତା ଭାବେ ଉଭା ହୋଇଛି । ଉଜ୍ଜଳା ଯୋଜନାକୁ ପ୍ରଂଶାସା କରି ପୂର୍ବରୁ ଅନେକ ଗ୍ରାମରେ ଗ୍ୟାସ କନେକସନ୍ ନଥିବା ବେଳେ ଏବେ ଏହା ଘରେ ଘରେ ପହଁଚିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏହା କେବଳ ମୋଦିଙ୍କ ନିର୍ବାଚନୀ ପ୍ରଚାର ଓ ଡ୍ରାମାବାଜି ବୋଲି କହିଛନ୍ତି ଅରୁଣ ସାହୁ । ଆଉ ମାତ୍ର ୪ ମାସ ପରେ ନିର୍ବାଚନ, ଏହାକୁ ଆଖି ଆଗରେ ରଖି ମୋଦି ଏପରି କହୁଛନ୍ତି ବୋଲି କହିଛନ୍ତି । ଆୟୁଷ୍ମାନ ଯୋଜନା କେବଳ ଘୋଷଣା ହୋଇଛି, କାର୍ୟ୍ୟକାରୀ ହୋଇନି ବୋଲି କହିଛନ୍ତି । ସେଥିରେ ଏହି ଯୋଜନାରେ କେନ୍ଦ୍ର ସରକାର ୬୦ ଭାଗ ଟଙ୍କା ଦେବେ ଆଉ ରାଜ୍ୟ ସରକାର ଦେବେ ୪୦ ଭାଗ ଟଙ୍କା । ତେବେ ଏହି ଯୋଜନା ଲାଗୁ ହେଉ ହେଉ ବହୁତ କଥା । ଆୟୁଷ୍ମାନ ଯୋଜନା ଠାରୁ ଦିଗୁଣ ଭଲ ବିଜୁ ସ୍ୱାସ୍ଥ ଯୋଜନା ବୋଲି ସେ କହିଛନ୍ତି । କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି କି ଆୟୁଷମାନ ଯୋଜନା କେନ୍ଦ୍ରର ନୁହେଁ ସବୁ ରାହୁଲ ଗାନ୍ଧିଙ୍କ ର । ରାହୁଲ ଗାନ୍ଧି ଏସବୁ ଯୋଜନା ଆରମ୍ବ କରିଥିଲେ ।