ଶିଶୁକୁ ଧରି ପ୍ରଚାର କରୁଛି ମା

ଗଞ୍ଜାମ: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ଭୋଟ ପାଇଁ କିଏ କେତେ ପ୍ରକାରର ପନ୍ଥା ଆପଣଉଛନ୍ତି । ନିଜ ନିର୍ବାଚନୀ ଚିହ୍ନ ହାତରେ ଧରି ଗାଁ ବୁଲି ପ୍ରାର୍ଥୀ ଭୋଟ ମାଗିବାର ତ ଆପଣ ଦେଖିଛନ୍ତି । କିନ୍ତୁ ଗଞ୍ଜାମ କୋଡ଼ାପଦର ପଂଚାୟତରୁ ଆସିଛି ଭିନ୍ନ ଚିତ୍ର । ନିଜର ୨୧ ଦିନର ଛୁଆକୁ ହାତରେ ଧରି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସରପଞ୍ଚ ପ୍ରାର୍ଥୀ ମାମା ସେଠୀ । ଗାଁ ଗାଁ ବୁଲି ଭୋଟ ମାଗିବା ବେଳେ କୋଳରେ ନିଜର କଅଁଳ ଛୁଆକୁ ଧରି ସେ ବୁଲୁଛନ୍ତି । ଘରେ ଶିଶୁର ଜତ୍ନ ନେବା ପାଇଁ କେହି ନଥିବାରୁ ମହିଳା ପ୍ରାର୍ଥୀଜଣକ ଶିଶୁକୁ କୋଳରେ ଧରି ପ୍ରଚାର କରିବାକୁ ଜିବା କହିଛନ୍ତି ।