ଭୁୁବନେଶ୍ୱର:ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କରିଛି ଷ୍ଟାର ପ୍ରଚାରକ ତାଲିକା । ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ଜଣ ମନ୍ତ୍ରୀ ପ୍ରଚାରକ ତାଲିକାରେ ରହିଛନ୍ତି । ତେବେ ଧାମନଗର ଉପନିର୍ବାଚନରେ ପ୍ରଚାର ଦାଇତ୍ୱରେ ଥିବା ଅନେକ ନେତାଙ୍କୁ ତାଲିକାରୁ ବାଦ ଦିଆଯାଇଛି ।ତାଲିକାର ପ୍ରଥମେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୁଜାରୀ, ରାଜେନ୍ଦ୍ର ଢୋଲକିଆ, ନବକିଶୋର ଦାସ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ରିତା ସାହୁ, ରୋହିତ ପୂଜାରୀ ପ୍ରଚାର କରିବେ ।
ସେହିପରି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସୁଶାନ୍ତ ସିଂ, ରବିନ୍ଦ୍ର କୁମାର ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସାରଦା ପ୍ରସାଦ ନାୟକ, କଳିକେଶ ନାରାୟଣ ସିଂଦେଓ, ମନୋହର ରନ୍ଧାରୀ, ବିଭୁତି ବଳବନ୍ତରାୟ, ଦେବେଶ ଆଚାର୍ୟ୍ୟ, ସୁଧୀର କୁମାର ସାମିଲ, ସ୍ନେହାଙ୍ଗିନୀ ଛୁରିଆ, ରମେଶ ଚନ୍ଦ୍ର ମାଝୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ରାଜେନ୍ଦ୍ର କୁମାର ସାହୁ, ରାଜେଶ୍ୱରୀ ପାଣିଗ୍ରାହୀ, ବ୍ରଜ କିଶୋର ପ୍ରଧାନ, ବିକ୍ରମ କୁମାର ପଣ୍ଡା, ପ୍ରଦୀପ ମାଝୀ, ଆକାଶ ଦାସନାୟକ, ଅଳକା ମହାନ୍ତି, ଶ୍ରୀମୟୀ ମିଶ୍ର, ଅରବିନ୍ଦ ରାୟ ଓ ସତ୍ୟବ୍ରତ ତ୍ରିପାଠୀ ତାଲିକାରେ ରହିଛନ୍ତି ।
ତେବେ ଗତ ଧାମନଗର ଉପ ନିର୍ବାଚନରେ ଦଳର ପ୍ରଚାରର ମଙ୍ଗ ଧରିଥିବା ନେତାଙ୍କୁ ଦଳ ତାଲିକାରୁ ବାଦ ଦିଆଯାଇଛି । ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରୀତି ରଞ୍ଜନ ଘଡେଇ, ଯୁବ ବିଜେଡି ସଭାପତି ବ୍ୟାମକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଯୁବ-ଛାତ୍ର ବିଜେଡିର ସମନ୍ୱୟ ଦାଇତ୍ୱରେ ଥିବା ପ୍ରଣବ ବଳବନ୍ତରାୟ, ବିଧାୟକ ଅଶୋକ ବଳ, ସଞ୍ଜୀବ ମଲ୍ଲିକ, ପ୍ରଫୁଲ ସାମଲ, ସୁନନ୍ଦା ଦାସ, ସୁଲୋତା ଦେଓ ପ୍ରମୁଖଙ୍କୁ ପ୍ରଚାର ଦାଇତ୍ୱରୁ ହଟାଇ ଦେଇଛନ୍ତି ।