ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ‘ ସମ୍ରାଟ ପୃଥ୍ୱୀରାଜ’

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ଫିଲ୍ମ ‘ ସମ୍ରାଟ ପୃଥ୍ୱୀରାଜ' ।

(ମୁମ୍ବାଇ) : ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ଫିଲ୍ମ ‘ ସମ୍ରାଟ ପୃଥ୍ୱୀରାଜ’ । ଅକ୍ଷୟ କୁମାରଙ୍କର ଫିଲ୍ମ ‘ ସମ୍ରାଟ ପୃଥ୍ୱୀରାଜ ’ ସିନେମା ହଲ୍‌ରୁ ବାହାରି ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ପ୍ରସ୍ତୁତ ହେଉଛି । ଫିଲ୍ମରେ ଅକ୍ଷୟଙ୍କ ସହ ମାନୁଷୀ ଛିଲ୍ଲର , ସୋନୁ ସୁଦ୍‌ ଓ ସଞ୍ଜୟ ଦତ୍ତ ଆଦି ଷ୍ଟାର ମୁଖ୍ୟ ଭୂମିକାରେ ଅଛନ୍ତି । ‘ ସମ୍ରାଟ ପୃଥ୍ୱୀରାଜ ’ ଆମାଜନ ପ୍ରାଇମ୍‌ ଭିଡ଼ିଓରେ ରିଲିଜ୍‌ କରାଯିବ । ଏହାର ଫ୍ଲପ୍‌ ହେବାର କାରଣ କି ହଲ୍‌କୁ ଆସିବା ଏହାର ଏକ ମାସ ବି ପୂରିନାହିଁ , ଏହାକୁ ଓଟିଟିରେ ଅଣାଯାଉଛି ।

‘ ସମ୍ରାଟ ପୃଥ୍ୱୀରାଜ ’ ୩ଜୁନ୍‌ରେ ରିଲିଜ୍‌ ହୋଇଥିଲା । ୟଶ ରାଜ ବ୍ୟାନରର ଏହି ଫିଲ୍ମର ନିର୍ଦ୍ଦେଶନା ଡା. ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ ଦେଇଛନ୍ତି ।ଏହା ବକ୍ସ ଅଫିସ୍‌ରେ କମାଲ କରିପାରି ନାହିଁ । ଦେଖିବାକୁ ବାକି ରହିଲା ଏହାକୁ ଦର୍ଶକଙ୍କର କେମିତି ପ୍ରତିକ୍ରିୟା ମିଳୁଛି । ଫିଲ୍ମର କାହାଣୀ ହିନ୍ଦୁ ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମ ୧ ଜୁଲାଇରେ ଷ୍ଟ୍ରିମ୍‌ ହେବ ।