ଖୋଲିଲା ଡ଼ାଇନେସର ପାର୍କ

ପ୍ରିୟଦର୍ଶନୀ ସ୍ୱାଇଁ): ଗୁଜରାଟର ଖେଡ଼ା ଜିଲାରେ ପ୍ରଥମଥର ପାଇଁ ଖୋଲାଯାଇଛି ଦେଶର ପ୍ରଥମ ତଥା ବିଶ୍ୱର ତୃତୀୟ ଡାଏନୋସର ପାର୍କ। ଏହି ପାର୍କ ଶନିବାର ଖୋଲାଯାଇଛି। ଏଠାରୁ ୩୬ ବର୍ଷ ତଳେ ଡାଏନୋସରର ଜୀବାଶ୍ମ ମିଳିଥିଲା। ୧୦ ହଜାର ଡଏନୋସର ଅଣ୍ଡାର ଅବଶେଷାଂଶ ମିଳିଥିଲା ଯାହା ଆଜିପର୍ୟ୍ୟନ୍ତ କେଉଁଠି ଦେଖିବାକୁ ମିଳିନାହିଁ। ଏହା ବିଶ୍ୱର ସବୁଠୁ ସୁରକ୍ଷିତ ସ୍ଥାନ।ଏଠାରେ ଡାଏନୋସରର ୬.୮କୋଟି ବର୍ଷର ଇତିହାସକୁ ନେଇ ଏକ ମ୍ୟୁଜିୟମ ମଧ୍ୟ ତିଆରି କରାଯାଇଛି। ଏଥିରେ ୧୦ଟି ଆଧୁନିକ ଗ୍ୟାଲେରୀ କରାଯାଇଛି। ଯେଉଁଠି ଡାଏନୋସରର ରହିବା, ଖାଇବା ଏବଂ ତା’ର ଜୀବନ ସହିତ ଯୋଡ଼ା ସମସ୍ତ ବିଷୟରେ ଜାଣିହେବ। ରୟାଲି ଗାଁରେ ଥିବା ଏହି ପାର୍କଟି ୧୨୮ ଏକର ପରିମିତ ଜାଗାରେ ତିଆରି କରାଯାଇଛି।