କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ:ଉତ୍ତରା ଛକରୁ ବ୍ରାଉନସୁଗାର ଜବତ କରିଛି ପିପିଲି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ବୋଲି ଜଣାପଡିଛି । ପ୍ରାୟ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୪ ଜଣ ଗିରଫ ହୋଇଛନ୍ତି । ତେବେ ଗତକାଲି ଖୋର୍ଦ୍ଧାରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ ଖୋର୍ଦ୍ଧା ସ୍ୱପ୍ନେଶ୍ୱର ସାହିରେ ଏକ ଘରେ ବ୍ରାଉନସୁଗାର ବିକ୍ରି ହେଉଥିବା ସୂଚନା ପାଇବା ପରେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ,ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ଖୋର୍ଦ୍ଧା ଓ ବେଗୁନିଆ ଓଆଇସିଙ୍କୁ ନେଇ ଏକ ଟିମ୍ ଉକ୍ତଘରେ ଚଢ଼ଉ କରିଥିଲା।ସାହିରେ ଅବକାରୀ ଚଢ଼ଉରେ ଜଣେମହିଳା ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା।