ଦେଶି ଓ ବିଦେଶୀ ମଦ ଜବତ ସହିତ ଜଣେ ଗିରଫ

(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶ କ୍ରମେ କୋଣାର୍କ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ଲଷ୍ମୀଧର ପ୍ରଧାନ ସଦଳବଳେ ଗୋପ ଥାନା ଅଞ୍ଚଳର ଜନ୍ହହିବାଲିଆ ନିକଟସ୍ଥ ପାଇକାସାହି ଗ୍ରାମର ଏକ ଦୋକାନରେ ଲକଡାଉନ ସମୟରେ ଚଢା ଦରରେ ବିକ୍ରି କରିବାପାଇଁ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଗଛିତ ରଖାଯାଇଥିବାର ଖବର ପାଇ ସେଠାରେ ଚଢ଼ାଉ କରି ରସିଲତା ସ୍ୱାଇଁଙ୍କ ଠାରୁ ୧୩୬ ବୋତଲ ବିଦେଶୀ ମଦ ଓ ୫୦ ବୋତଲ ଦେଶୀମଦ ଜବତ କରି ଆସାମିକୁ ଗିରଫ କରାଯାଇଛି।