ହତ୍ୟା ଓ ଅପହରଣ ମାମଲାରେ ଫେରାର ଥିବା ସୁଶୀଲ କୁମାରଙ୍କୁ ପଦଚ୍ୟୁତ ପାଇଁ ଦିଲ୍ଲୀ ସରକାରଙ୍କୁ ଚିଠି

ଦିଲ୍ଲୀ ପୁଲିସ୍‌ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଏହି ବିଷୟରେ ସୂଚନା ଦେଇଛି । ପୁଲିସ୍‌ କହିଛି ସୁଶୀଲ କୁମାର ହତ୍ୟା ଓ ଅପହରଣ ମାମଲାରେ

(ଦିଲ୍ଲୀ) : ଅଲମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାର ହତ୍ୟା ମାମଲାରେ ହୋଇପାରୁନି ସମାଧାନ ଏବେ ବି ଫେରାର ଅବସ୍ଥାରେ ସୁଶୀଲ । ଦିଲ୍ଲୀ ପୁଲିସ୍‌ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଏହି ବିଷୟରେ ସୂଚନା ଦେଇଛି । ପୁଲିସ୍‌ କହିଛି ସୁଶୀଲ କୁମାର ହତ୍ୟା ଓ ଅପହରଣ ମାମଲାରେ ଏବେ ବି ଫେରାର ରହିଛନ୍ତି । ଏଥିପାଇଁ ପେପର ସ୍ତରରେ ଦିଲ୍ଲୀ ସରକାରକୁ ଅବଗତ କରାଯାଇଛି ।

ସୂଚନାନୁଯାୟୀ , କୁସ୍ତିଯୋଦ୍ଧା ବା ରେସଲର ସୁଶୀଲ କୁମାର ଦିଲ୍ଲୀ ସରକାରଙ୍କ ଅନ୍ତର୍ଗତ ଛତ୍ରସାଲ ଷ୍ଟାଡିୟମରେ OSD ପଦରେ ମୁତୟନ ଅଛନ୍ତି । ହତ୍ୟା ଓ ଅପହରଣ ମାମଲାରେ ଫେରାର ହେବା ଓ ଏଲ୍‌ଓସି ଖୋଲିବା ପରେ ମଧ୍ୟ ଦିଲ୍ଲୀ ସରକାର ସୁଶୀଲଙ୍କୁ ତାଙ୍କ ପଦରୁ ଏପର୍ଯ୍ୟନ୍ତ ହଟାଇ ନାହିଁ ।

ପୁଲିସ୍‌ ମୁତାବିକ୍‌ , ଦିଲ୍ଲୀରେ ଲକ୍‌ ଡାଉନ୍‌ ସତ୍ତ୍ୱେ ରେସଲର ସୁଶୀଲ , ଲରେନ୍ସ ବିଷ୍ଣୋଇ ଓ କାଲା ଜଖେଡି ଗ୍ୟାଙ୍ଗର ଗୁଣ୍ଡା ମାନଙ୍କୁ ନେଇ ଷ୍ଟାଡିୟମରେ ଉପସ୍ଥିତ ହୋଇଥିଲେ । ସେଠାରେ ରେସଲରଙ୍କର ଦୁଇ ଗ୍ରୁପ୍‌ ମଧ୍ୟରେ ମାଡ଼ପିଟି ହୋଇଥିଲା , ଯେଉଁଥିରେ ଜଣେ ରେସଲରଙ୍କର ମୃତ୍ୟୁ ହୋଇ ଯାଇଥିଲା ।