ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

(ତାରାକାନ୍ତ ନାୟକ): ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବାସୁଦେଇପୁର ଗାଁରେ । ମୃତ ବୃଦ୍ଧ ଜଣକ ହେଷଳ ଅଭିରାମ ବେହେରା । ନିଜ ଘର ତାଜା ଉପରେ ବେକରେ ଗାମୁଛା ବାନ୍ଧି ମୃତ୍ୟୁବରଣ କରିଛନ୍ତି । ବୃଦ୍ଧ ଜଣଙ୍କ ପାଦ ସମ୍ପୂର୍ଣ୍ଣ ଭୂମିରେ ଲାଗିଥିବାରୁ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଖବର ପାଇ ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।