ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ମଧୁସୂଦନ ଦାସ ଆଞ୍ଚଳିକ ଆର୍ôଥକ ପରିଚାଳନା ଏକାଡେମୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ଆୟୋଜିତ ଓଡିଶା ଶିକ୍ଷା ସେବା ଅଧିକାରୀମାନଙ୍କ ଦୁଇ ସପ୍ତାହ ବ୍ୟାପି ପ୍ରବେଶକାଳୀନ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି ।
ଉଦଯାଦନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ କମିଶନର ତାଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ. ଶିକ୍ଷାସେବା ଅଧିକାରୀ ମାନେ ବିଭିନ୍ନ କ୍ଷେତ୍ରରେ ପ୍ରଥମେ ନିଜର କର୍ତ୍ତବ୍ୟ ବିଷୟରେ ଅବଗତ ହେବା ପାଇଁ ଆହ୍ୱାନ ହୋଇଥିଲେ । ପ୍ରଥମେ ନିଜେ ଶୃଙ୍ଖୂିତ ଓ ସାଧୁତା ପ୍ରତିଫଳିତ ହେବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର ଶିକ୍ଷା ସେବା ଅଧିକାରୀମାନେ ନିୟମିତ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷଣ ଅଗ୍ରଗତି ସମୀକ୍ଷା ଓ ଶିକ୍ଷାଦାନ ପ୍ରଣାଳୀ ଅନୁଧ୍ୟାନ କରିବା ସେମାଦଙ୍କର ପ୍ରଥମ କର୍ତ୍ତବ୍ୟ । ନିୟମ ଜାଣିଲେ ସେମାନେ ଦକ୍ଷ ପ୍ରଶାସକ ହୋଇ ପାରିବେ ।, ତେଣୁ ତାଲିମରେ ଉପଲବ୍ଧ ଜ୍ଞାନକୁ ସେମାନେ ନିଜେ ପୁସ୍ତକ ପଢି ଅଧିକ ସମୃଦ୍ଧ କରିବାକୁ ଓ କୋର୍ଟ କାର୍ଯ୍ୟକୁ ସର୍ବଦା ତାଲିମରେ ଅଗ୍ରାଧିକାର ଭିତ୍ତିରେ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି ତାଲିମରେ ସର୍ବୋକୃôଷ୍ଟ ପ୍ରଦର୍ଶନ ପାଇଁ ଶାଶ୍ୱତୀ ଦାଶ, ଯଜ୍ଞଶ୍ୱର ଜେନା ଓ ଶାନ୍ତି ସୁନା ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଓ ଏକାଡେମୀର ଉପନିର୍ଦ୍ଦେଶିକା ସ୍ନେହପ୍ରଭା ଦାସ ସଂଯୋଜନା କରିଥିଲେ ଓ ପରିଶେଷରେ ଓସେପାର ସହ ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ଓସେପାର ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ସଂଗୀତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଡ୍ରପ ଆଉଟ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟସ୍୍େରାତକୁ ଆଣିବା ପାଇଁ ପ୍ରଶିକ୍ଷାର୍ଥୀ ଙ୍କ ଦ୍ୱାରା ପ୍ରଦର୍ଶିତ ଯୁଦ୍ର ନାଟକ ‘ଡ୍ରପ ବକ୍ସ ‘ ଉଚ୍ଚ ପ୍ରଶଂସିତ ହୋଇଥିଲା ।