ଭୁବନେଶ୍ୱର: ରାଜ୍ୟ ସରକାର ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ଧଳଙ୍କୁ ଗ୍ରିଡକୋର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏଥିସହ ଓପିଟିସିଏଲ, ଭୁବନେଶ୍ୱରର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଉଭୟ ପଦ ତାଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି । ତେବେ ସେ ବର୍ତ୍ତମାନ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ କାର୍ଯ୍ୟକରୁଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିପରି ୧୯୯୮ ବ୍ୟାଚର ଆଇଏଏସ ସୁରେଶ ବଶିଷ୍ଠଙ୍କୁ କୃଷି ଓ କୃଷକ ଶକ୍ତିକରଣ ବିଭାଗ ସଚିବଙ୍କ ଅଫିସର ଇନଚାର୍ଜ କରାଯାଇଛି । ତେବେ ବର୍ତ୍ତମାନ ସେ ନିର୍ବାଚନ ଡେପୁଟେସନରେ ଅଛନ୍ତି । ଡେପୁଟେସନରୁ ଫେରିବା ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ୧୯୮୭ ବ୍ୟାଚର ଆଇଏଏସ ରାଜ କୁମାର ଶର୍ମା ସୁରେଶ କୁମାର ନିର୍ବାଚନ ଡ୍ୟୁଟିରୁ ଫେରିବା ପର୍ଯ୍ୟନ୍ତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଦାୟିତ୍ୱ ବହନ କରିବେ । ରାଜକୁମାର ବର୍ତ୍ତମାନ ରାଜ୍ୟ କୃଷି ଉତ୍ପାଦ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ।