୭ ଲକ୍ଷ ଟଙ୍କା ଲୁଟ୍ର ଶିକାର ହେଲେ ଅଭିନେତ୍ରୀ ନିକିତା ରାୱଲ
ଲୁଟ୍ର ଶିକାର ହେଲେ ଅଭିନେତ୍ରୀ ନିକିତା ରାୱଲ । ନୂଆଦିଲ୍ଲୀର ଶାସ୍ତ୍ରୀ ନଗରରେ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
(ମୁମ୍ବାଇ) : ଲୁଟ୍ର ଶିକାର ହେଲେ ଅଭିନେତ୍ରୀ ନିକିତା ରାୱଲ । ନୂଆଦିଲ୍ଲୀର ଶାସ୍ତ୍ରୀ ନଗରରେ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ଅଭିନେତ୍ରୀଙ୍କଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ନିକିତା ସୁଟିଂ ପାଇଁ ରାଜଧାନୀରେ ତାଙ୍କ ମାଉସୀଙ୍କ ସହ ରହୁଥିଲେ। ଘଟଣା ସମୟରେ ସେ ଘରେ ଏକୁଟିଆ ଥିଲେ। ନିକିତାଙ୍କ ଅନୁଯାୟୀ ଡକାୟତମାନେ ସେମାନଙ୍କ ମୁହଁରେ ମାସ୍କ ପିନ୍ଧିଥିଲେ ତେଣୁ ସେ ସେମାନଙ୍କର ମୁହଁ ଦେଖି ପାରିନଥିଲେ।
ସୂଚନାନୁଯାୟୀ , ଅଭିନେତ୍ରୀ ତାଙ୍କୁ କହିଛନ୍ତି ଯେ, ଯେ ମାସ୍କ ପିନ୍ଧିଥିବା ଡକାୟତମାନେ ତାଙ୍କୁ ବନ୍ଧକ ରଖି ତାଙ୍କ ଠାରୁ ସାତ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ୩୧ ବର୍ଷୀୟା ନିକିତା କହିଛନ୍ତି ଯେ, ସେ ନିଜକୁ ଡକାୟତମାନଙ୍କଠାରୁ ରକ୍ଷା କରିବା ପାଇଁ ଏକ ଆଲମିରା ଭିତରେ ଲୁଚିଯାଇଥିଲେ। ସେ କହିଛନ୍ତି ଏହା ମୋ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ଘଟଣା ଥିଲା । ମୁଁ ଏହି ଆଘାତରୁ ବାହାରି ପାରିବି ନାହିଁ ଏବଂ ମୁଁ ବିଶ୍ବାସ କରିପାରୁ ନାହିଁ ଯେ ମୁଁ ଜୀବିତ ଅଛି ।