ନିଖିଳ ଉତ୍କଳ ଶାକାହାରୀ ରଂଗଣି ସମାଜର ବାର୍ଷିକ ଅଧିବେଶନ ଉଦଘାଟିତ

(ସୁରେଶ କୁମାର ସାମନ୍ତରାୟ)ବୋଲଗଡ଼:ବୋଲଗଡ଼ ବ୍ଲକ ଧଳାପଥର ଠାରେ ନିଖିଳ ଉତ୍କଳ ଶାକାହାରୀ ରଂଗଣି ସମାଜର ବାର୍ଷିକ ଅଧିବେଶନ ଉଦଘାଟିତ ହୋଇଛିା ଧଳାପଥର, ଆରିକମା,କଳାପଥର ସାହି ବେହେରା ଓ ମହାଜନ ମାନଙ୍କ ଅବାହକତ୍ୱରେ ଦୁଇକୁଳ,ସାତରାଜ୍ୟ ୩ଶହ ଘର ଶାଖା ପକ୍ଷରୁ ଏହି ଅଧିବେଶନ ଆୟୋଜିତ ହୋଇଛି । ଏଥିରେ ଉକ୍ତ ସମାଜର ସାହି ମହାଜନ ମାନଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ସକାଳ ୫ଟାରେ ସ୍ଥାନୀୟ ଧବଳେଶ୍ୱର ମନ୍ଦିର ଠାରୁ ଏକ ମଶାଲ ଶୋଭା ଯାତ୍ରା ବାହାରି ହନୁମାନ ମନ୍ଦିର ଠାରେ ପହଞ୍ଚିବା ପରେ କଳସ ସ୍ଥାପନ କରାଯାଇ ହୋମ କାର୍ଯ୍ୟ କରାଯାଇଛି । ଏହି ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଛି । ଅପରାହ୍ନ ଠାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଭବ୍ୟ ପରିବେଶ ମଧ୍ୟରେ ଭଜନ ଓ ସଙ୍ଗୀତ ଗାନ କରାଯାଇଥିଲା ।ସାରଙ୍ଗଧର ରାଉତଙ୍କ ପୈରୋହିତ୍ୟରେ ସଂନ୍ଧ୍ୟାରେ ଅନୁଷ୍ଠିତ ବନ୍ଧୁ ସମାବେଶରେ ଶ୍ରୀମାନ୍ତ
ସେନାପତି ଇତ୍ୟାଦି ୬ ଦେଶ ପଦାଧିକାରୀ ଓ ସମସ୍ତ ବନ୍ଧୁ ମାନଙ୍କୁ ଆମନ୍ତ୍ରଣ ସଭାକୁ ଆମନ୍ତ୍ରଣ କରାଯାଇଥିଲା । ଏହି ସମାବେଶ ଅବସରରେ ସହୀଦ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏହି ଅଧିବେଶ ଦୁଇ ଦିନ ଧରି ଚାଲୁରହିବ ବୋଲି ଆୟୋଜନକ ମାନଙ୍କ ପକ୍ଷରୁ ସୂଚନା ମିଳିଛି ।