ବିଜେପିରେ ୟୁଜବେନ୍ଦ୍ର ଚହଲଙ୍କୁ ନୂଆ ଦାୟିତ୍ୱ

କ୍ରିକେଟ୍ ପିଚ୍‌ରେ ନିଜର ଜାଦୁ ଦେଖାଇବା ପରେ ଏବେ ରାଜନୀତି ମଇଦାନରେ ନୂଆ ଇନିଂସ ଆରମ୍ଭ କରିଛନ୍ତି ଭାରତୀୟ ଲେଗ୍‌ସ୍ପିନର୍ ୟୁଜବେନ୍ଦ୍ର ଚହଲ। ଭାରତୀୟ ଜନତା ପାର୍ଟି, ଅର୍ଥାତ୍ ବିଜେପିରେ ସାମିଲ ହେବା ସହ ତାଙ୍କୁ ମିଳିଛି ନୂଆ ଦାୟିତ୍ୱ। ବିଜେପିର ଜାତୀୟ ଓବିସି ମୋର୍ଚ୍ଚାର ନୂଆ କାର୍ଯ୍ୟକାରିଣୀ କମିଟିରେ ଚହଲଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି। ସେ ଦିଲ୍ଲୀରୁ ଏହି କମିଟିରେ ପ୍ରତିନିଧିତ୍ୱ କରିବେ।

BJP appoints Yuzvendra Chahal as special invitee to OBC Morcha executive  committee - The Hindu

ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କ ଅନୁମୋଦନରେ ଏହି ନିଯୁକ୍ତି ହୋଇଛି। ଏହି ନୂଆ ଦାୟିତ୍ୱ ପାଇଁ ଚହଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ନିତିନ ନବୀନ ଏବଂ ଓବିସି ମୋର୍ଚ୍ଚା ଅଧ୍ୟକ୍ଷ ଅମରପାଲ ମୌର୍ଯ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ରାଜନୀତିରେ ପ୍ରବେଶ କରିଥିଲେ ମଧ୍ୟ ଚହଲ ନିଜ କ୍ରିକେଟ୍ କ୍ୟାରିୟର ଜାରି ରଖିବେ।