ଆଲିୟାଙ୍କ ହାତରେ ରହିଛି ଏକାଧିକ ବଡ଼ ପ୍ରୋଜେକ୍ଟ

ଅପ୍‌କମିଙ୍ଗ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ି’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି ଆଲିୟା ଭଟ୍ଟ ।

(ମୁମ୍ବାଇ) : ଅପ୍‌କମିଙ୍ଗ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ି’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି ଆଲିୟା ଭଟ୍ଟ । ଅନ୍ୟପକ୍ଷେ ଆଗାମି ପ୍ରୋଜେକ୍ଟ ‘ଡାର୍ଲିଂସ୍‌’ ଜରିଆରେ ପ୍ରଯୋଜିକା ଭାବେ ନିଜର କ୍ୟାରିଅର୍‌ ଆରମ୍ଭ କରିବାକୁ ମଧ୍ୟ ସେ ପ୍ରସ୍ତୁତ ହେଉଛନ୍ତି । ଆଲିୟା, ବିଜୟ ବର୍ମା ଓ ଶେଫାଳି ଶାହ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଚର୍ଚ୍ଚା ହେଉଛି, ଫିଲ୍ମଟି ନେଟ୍‌ଫ୍ଲିକ୍ସକୁ ବହୁତ ବଡ଼ ମୂଲ୍ୟରେ ବିକ୍ରି କରାଯାଇଛି ।

ସୂଚନାନୁଯାୟୀ , ୮୦ କୋଟି ଟଙ୍କାରେ ନେଟ୍‌ଫ୍ଲିକ୍ସ ଫିଲ୍ମର ପ୍ରସାରଣ ଅଧିକାର କିଣିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜସମିତ ରିନ୍‌ । ମା’-ଝିଅ ସମ୍ପର୍କକୁ ନେଇ ଏହାର କାହାଣୀ ଗତିଶୀଳ । ଏଥିରେ ଆଲିୟାଙ୍କ ମା’ ଭୂମିକା ନିର୍ବାହ କରିଛନ୍ତି ଶେଫାଳି । ଆଲିୟାଙ୍କ ହାତରେ ଏବେ ଏକାଧିକ ବଡ଼ ପ୍ରୋଜେକ୍ଟ ରହିଛି ।