(ଦିଲ୍ଲୀ) : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ପୁରୀର ନାଗା ନୃତ୍ୟ । ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସହରରେ ‘ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବୋର୍ଣ୍ଣ ୨୦୨୧’ରେ ପ୍ରଦର୍ଶିତ ହେବ ।
Happy to announce that my first Odia film #KaliraAtita , is set for its Australian Premiere as part of the @IFFMelb, when I made the film, my wish was always to take the message of the film around the world. A #ClimateCrisis is upon us now and #ClimateAction is the need pic.twitter.com/YzMDAsD0kv
— Nila Madhab PANDA ନୀଳମାଧବ ପଣ୍ଡା (@nilamadhabpanda) August 11, 2021
ସୂଚନାନୁଯାୟୀ , ଅଗଷ୍ଟ ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବାସୀଙ୍କୁ ମିଳିବ ଏହି ସୁଯୋଗ । ‘କାଲିର ଅତୀତ’ (ୟେଷ୍ଟର ଡେଜ୍ ପାଷ୍ଟ) ଓଡ଼ିଆ ଚଳଚିତ୍ରଟି ଏକ ଭିନ୍ନ ବାର୍ତ୍ତା ବହନ କରୁଛି । ସିନେମାର କାହାଣୀ ପାଣିପାଗ ସଙ୍କଟ ଆଧାରିତ । ପ୍ରକୃତି ଓ ମଣିଷର ସଂଘର୍ଷ । ପୁରୀର ନାଗାଙ୍କୁ ପ୍ରକୃତିର ପ୍ରଳୟଙ୍କରୀ ଚରିତ୍ର ରୂପେ ଶ୍ରୀ ପଣ୍ଡା ଚିତ୍ରଣ କରିଛନ୍ତି । ନାଗା ଭୂମିକାରେ ପୁରୀର ସେବାୟତ ପୁଅ ଶମ୍ଭୁନାଥ ଖୁଣ୍ଟିଆ ଅଭିନୟ କରିଛନ୍ତି । ପୁରୀର ଲୋକନୃତ୍ୟକୁ ଜାତୀୟ ସ୍ୱୀକୃତି ସହ ସାରା ବିଶ୍ୱରେ ପରିଚିତ କରାଉଛି ଏହି ଚଳଚ୍ଚିତ୍ର । ୫୧ ତମ ଫିଲ୍ମ ଫେଷ୍ଟିଭାଲ ପାନୋରମା ତଥା ଭାରତର ସର୍ବୋଚ୍ଚ ପ୍ଲାଟଫର୍ମରେ ଏହା ପ୍ରଦର୍ଶିତ ହେବା ସହ ଜାତୀୟ ପୁରସ୍କାର ପାଇଥିଲା ।