ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର : ରାଜ୍ୟ ଗ୍ରାମ୍ୟନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଗଞ୍ଜାମ ଗସ୍ତରେ । ସେଠାରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କହିଛନ୍ତି। ସିଂ ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମନ୍ଦିର ପାର୍ଶ୍ୱ ପାଚରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ପୁରୁଷୋତ୍ତମପୁରରୁ ତାରାତାରିଣୀ ମନ୍ଦିର ଛକକୁ ସଂଯୋଗ କରୁଥିବା ଋଷିକୂଲ୍ୟା ନଦୀରେ ନିର୍ମାଣାଧିନ ନୂତନ ବ୍ରିଜ୍ର କାମ ୨୦୨୩ ଫେବୃଆରୀ ମାସ ସୁଦ୍ଧା ସାରିବା ପାଇଁ ସିଂ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ଇଆଇସି ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।