ଅଲମ୍ପିଆନ ପ୍ରବୋଧ ତୀର୍କୀଙ୍କ ଘରୁ ଚୋରୀ ଘଟଣାରେ ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଅଲମ୍ପିଆନ ପ୍ରବୋଧ ତୀର୍କୀ ଙ୍କ ଘରୁ ଚୋରୀ ଘଟଣା ୫ ଅଭିଯୁକ୍ତଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୁଲିସ Iମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା ଛଡ଼ା ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡି, ମିଲୁ ବେହେରା, ଚିତ୍ତ ଦଳେଇ ଗିରଫ Iଏମାନଙ୍କ ନାଁ କମିସନରେଟ ପୁଲିସ ଅଞ୍ଚଳରେ 100 ରୁ ଅଧିକ ମାମଲା ରହିଛି Iଜେଲ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକୀ କରି ଚୋରି କରୁଥିଲେ ଏମାନେ Iପ୍ରବୋଧଙ୍କ ଚୋରି ହୋଇଥିବା ୧୪ ଟି ମେଡାଲ ଜବତ Iଗୋଟିଏ ଗୋଲଡ଼ ମେଡାଲ,8ଟି ବ୍ରୋଞ୍ଜ ମେଡଲ,୫ ଟି ସିଲଭର ମେଡାଲ, ସୁନା କାନ ଫୁଲ, ପ୍ଲାଟିନମ ଚେନ, ଗୋଲଡ଼ ପ୍ଲେଟେଡ଼ କ୍ଲିପ,୫୬ ଇଞ୍ଚର ଏଲଇଡ଼ି ଟିଭି, ଡ଼ିଏସଏଲଆର କ୍ୟାମେରା, ମୋବାଇଲ ଫୋନ,ଗ୍ୟାସ ସିଲିଣ୍ଡର ଓ ଘର ତଡା ଉପକରଣ ଜବତ Iସୁକାନ୍ତ ଓ ଗଙ୍ଗା କମିସନରେଟ ପୁଲିସ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ | ତେବେ ଏନେଇ କମିସନରେଟ ପୋଲିସ ଅଧିକ ତଦନ୍ତ ଚଳାଇଛି |