(ମମତା ସାମଲ): ଆସନ୍ତା ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ୟ୍ୟନ୍ତ ମାଓବାଦୀମାନେ ପ୍ରତିଷ୍ଠା ସପ୍ତାହ ପାଳନ କରିବେ। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ପୁଲିସ୍ ଓ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି।
ଗତକାଲି ରାତିରେ ଚକ୍ରଧରପୁର ନିକଟରେ ବିଭିନ୍ନ ଯାତ୍ରୀବାହୀ ଏବଂ ମାଲ୍ବାହୀ ଟ୍ରେନରେ ମାଓବାଦୀମାନେ ପୋଷ୍ଟର ମାରି ସେମାନଙ୍କ ସ୍ଥିତିକୁ ପୁଣି ଜାହିର କରିଛନ୍ତି।ଏହାକୁ ଦୃଷ୍ଟିରେ ରଖି ରାଉରକେଲା-ଚକ୍ରଧରପୁର ମଧ୍ୟରେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।