ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର

ବିଷମ କଟକ/ରବିନ୍ଦ୍ର କୁମାର ସାହୁ : ପୁଣି ଲାଗିଲା ମାଓ ବ୍ୟାନର ଓ ପୋଷ୍ଟର । ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁର୍ସିଖମା ଛକରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର । ଏଥିରେ ଉଲ୍ଲେଖ ରହିଛି ଯେ ଶେରକାପାଡିରୁ ନିୟମଗିରୀକୁ ଯାଉଥିବା ରାସ୍ତା କାମ ବନ୍ଦ କର | ସରକାର ଆଦିବାସୀଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜୀପତି ହାତକୁ ଟେକି ଦେଉଛନ୍ତି ତେଣୁ ସରକାରଙ୍କୁ ବିରୋଧ କରନ୍ତୁ | ନିୟମଗିରି ଓ ଶାଶୁବହୁମାଳୀ ପର୍ବତରେ ଯେଉଁ ଦଲାଲ ମାନେ ବୁଲୁଛନ୍ତି ସେମାନେ ସାବଧାନ ରୁହନ୍ତୁ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି |

ଗତ ମେ ୧୫ ତାରିଖରେ ଆମ ବନ୍ଦର ସଫଳକୁ ଯେଉଁମାନେ ବିରୋଧ ଓ ପୋଷ୍ଟରକୁ ଯେଉଁମାନେ ଲୁଚାଇଛନ୍ତି ସେମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡ ଦିଆଯିବ ଓ କିଛି ସାମ୍ବାଦିକ ମାନେ ପୋଲିସ ଓ ପ୍ରଶାସନର ସପକ୍ଷରେ ରାଜ୍ ଚଲାଇ ଗରିବ ଲୋକର ସମସ୍ୟାକୁ ସହଯୋଗ କରୁନାହାନ୍ତି ବୋଲି ଲେଖା ଯାଇଥିବା ବେଳେ ପୋଷ୍ଟର ଓ ବ୍ୟାନରକୁ CPI ମାଓବାଦୀ ବଂଶ ଧରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି ।