ଶିବମନ୍ଦିର କାନ୍ଥରେ ଲାଗିଛି ମାଓ ପୋଷ୍ଟର

( ସନ୍ତୋଷ କୁମାର ଲମ୍ବଟ ) : କଲ୍ୟାଣସିଂହପୁର ସଦର ମହକୁମାଠାରେ ଥିବା ଶିବମନ୍ଦିର କାନ୍ଥରେ ଲାଗିଛି ମାଓପୋଷ୍ଟର । ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି ।

ନିୟମଗିରି ଜନଆନ୍ଦୋଳନକୁ ଅସ୍ତ୍ର କରି ଜିତୁ, ହରିବନ୍ଧୁ, ଲିଙ୍ଗରାଜ , ଗଣେଶ ଓ ଉପେନ୍ଦ୍ର ପ୍ରଭୃତି ଦଲାଲ ହୋଇ ନିୟମଗିରି ପାହାଡକୁ ବେଦାନ୍ତ କମ୍ପାନୀକୁ ଦେବା ପାଇଁ ଚକ୍ରାନ୍ତ ଚଳାଇଥିବା କଥା ଏହି ପୋଷ୍ଟରେ ଉଲ୍ଲେଖ କରାଯାଇଛି ।