ମାଲକାନଗିରିରେ ମାଓ ଡମ୍ପ

ଜବତ ହେଲା ମାରଣାସ୍ତ୍ର

ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଡମ୍ପ ଠାବ କଲେ ଯବାନ । ୧୫୦ଟି ଜିଲୋଟିନ୍ ଷ୍ଟିକ୍, ୧୩ଟି ଲ୍ୟାଣ୍ଡମାଇନ୍, ଗୋଟିଏ ଦେଶୀ ବନ୍ଦୁକ ଜବତ ହୋଇଛି । କୁମ୍ବିଂ ଅପରେସନ୍ ବେଳେ ଏହି ସବୁ ସାମଗ୍ରୀ ଜବତ କରିଛନ୍ତି ଡିଭିଏଫ ଓ ଏସଓଜି ଯବାନ । ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଓ କିରିମିଟି ଜଙ୍ଗଲରୁ ଠାବ ହୋଇଛି ମାଓବାଦୀଙ୍କ ଡମ୍ପ ।