ନିଆଳି: ବାପା ନାରେ କଳଙ୍କ । ଟଙ୍କା ଲୋଭରେ ପୁଅକୁ ପର କରିଦେଲା । ୫ ହଜାର ଟଙ୍କାରେ ପୁଅକୁ ତା’ର ବାପା ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ନିଆଳି ଥାନା ମୁଣ୍ଡାସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ନିଆଳି ଥାନା ମୁଣ୍ଡାସାହିରେ ଜଣେ ବାପା କେଇଟା ଟଙ୍କା ପାଇଁ ତା’ ଅଢ଼େଇ ବର୍ଷର କୁନି ପୁଅକୁ ଅନ୍ୟ ହାତକୁ ଟେକି ଦେଇଛି । ତେବେ ପୁଅକୁ ବିକ୍ରି କରିବା ପରେ କିଛି ନହେଲା ପରି ବ୍ୟବହାର କରୁଥିଲା ଅଭିଯୁକ୍ତ । ହେଲେ କିଛିଦିନ ହେବ ଶିଶୁଟିକୁ ନଦେଖିବାରୁ ପଡୋଶୀ ଲୋକଙ୍କ ମନରେ ସନେ୍ଦହ ଜାତ ହୋଇଥିଲା ।
ଆଉ ଏହାକୁ ନେଇ ଶିଶୁଟିର ବାପାକୁ ପଚରାଉଚରା ପରେ ଶିଶୁକୁ ବିକ୍ରି କରି ଦେଇଥିବା ମାନିଥିଲା ଅଭିଯୁକ୍ତ । କଟକର ୩ ଜଣ ମହିଳା ଆସି ପୁଅକୁ ନେଇଥିବା ଅଭିଯୁକ୍ତ କହିଛି । ତେବେ ଏନେଇ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।