ମା’ଲକ୍ଷ୍ମୀଙ୍କ ଆଗମନରେ ଚଳଚଞ୍ଚଳ ଢେଙ୍କାନାଳ ସହର

(ସୌମ୍ୟ ରଞ୍ଜନ ସେଠୀ): ମା’ଲକ୍ଷ୍ମୀଙ୍କ ଆଗମନରେ ଢେଙ୍କାନାଳରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବହୁ ପୁରାତନ କାଳରୁ ଢେଙ୍କାନାଳ ସହର ଲକ୍ଷ୍ମୀପୂଜା ପାଇଁ ବେଶ ପ୍ରସିଦ୍ଧ ଅଟେ। ଏବେ କାରିଗରମାନେ ମା’ଙ୍କ ମୂର୍ତ୍ତି ଗୁଡ଼ିକରେ ନିର୍ମାଣର ଶେଷ କାର୍ୟ୍ୟ କରୁଛନ୍ତି। ବିଭିନ୍ନ ପୂଜାକମିଟି ପକ୍ଷରୁ ତୋରଣ ଓ ଲାଇଟ୍ର୍ ସାଜସଜ୍ଜା ଚାଲିଛି। ୧୧ ଦିନ ଧରି ପାଳିତ ହେବାକୁ ଥିବା ମା’ଙ୍କ ପୂଜା ପାଇଁ ସହରରେ ୪୦ଟି ସ୍ଥାନରେ ମେଢ ନିର୍ମାଣ ମଧ୍ୟ ଚାଲିଛି। ଲକ୍ଷାଧିକ ଲୋକଙ୍କ ସମାଗମ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‍ ଓ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏହା ଛଡ଼ା ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଛି।